38.1 C
Bhubaneswar
Friday, April 26, 2024
Homeଓଡିଶାଶିଶୁମାନେ କଲେ ଗ୍ରାମ ସଫେଇ

ଶିଶୁମାନେ କଲେ ଗ୍ରାମ ସଫେଇ

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ବ୍ଲକସ୍ଥିତ ହଳଦିଗଡ଼ିଆ ଗ୍ରାମ ପଞ୍ଚାୟତର ହଳଦିଗଡ଼ିଆ ମହାନ୍ତି ସାହିରାସ୍ତାକୁ ଆଜି ପବିତ୍ର ଉତ୍କଳମଣି ଗୋପବଂଧୁ ଦାସଙ୍କର ଜନ୍ମଦିନରେ ଛୋଟ ଛୋଟ ଶିଶୁମାନେ ଏକାଠି ହୋଇ ଗ୍ରାମ୍ୟ ରାସ୍ତାର ଦୁଇ ପାର୍ଶ୍ଵକୁ ନିଜେ ସେମାନେ ସଫାକରିଥିଲେ । ସେମାନେ ହେଲେ ଶ୍ରୀମାନଲଗ୍ନ ଜିତମହାନ୍ତି, ମିହିର କୁମାର ସାମଲ, ରାଜେଶ କୁମାର ପଲାର ,ହରିହର ସ୍ଵାଇଁ,ଜଗଦିଶ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରି ରାସ୍ତାର ଉଭୟ ପାର୍ଶ୍ଵରୁ ଘାସ ସଫାକରିଥିଲେ ଓ ଉଭୟ ପାର୍ଶ୍ଵରେ ବିଭିନ୍ନ ଗଛ ଲଗାଇବା ପାଇଁ ସେମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଏ ଭଳି କାର୍ଯ୍ୟକୁ ଭୃୟ ସୀ ପ୍ରଶଂସା କରିବା ସହ ପରୋକ୍ଷରେ ସହଯୋଗର ହାତ ବଢ଼ାଇଥିଲେ ଗ୍ରାମର ସମାଜସେବୀ ତଥା ସତ୍ୟନାରାୟଣ ପାଠାଗାରର ସଂପାଦକ ଭୁବନ ମୋହନ ମହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking