30.1 C
Bhubaneswar
Tuesday, May 26, 2026
Homeଓଡିଶାସି.ଏମ ଟ୍ରଫି ଅନ୍ତଃକ୍ଳବ୍ ଫୁଟବଲ

ସି.ଏମ ଟ୍ରଫି ଅନ୍ତଃକ୍ଳବ୍ ଫୁଟବଲ

ଯାଜପୁର: ଯାଜପୁର ଜିଲ୍ଲା ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ଫାଓ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପୃଷ୍ଠପୋଷକତାରେ ବ୍ୟାସନଗର ସ୍ଥିତ ଷ୍ଟାଡିୟମ ଠାରେ ଚାଲୁଥିବା ସି.ଏମ ଟ୍ରଫି ଆନ୍ତଃକ୍ଳବ ଫୁଟବଲର ନବମ ଦିବସରେ ଦୁଇଗୋଟି ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଖେଳରେ କଳିଙ୍ଗନଗର ସ୍ପୋର୍ଟସ ଏକାଡେମୀ ୪-୦ ଗୋଲରେ ମଧୁବନ ଫୁଟବଲ କ୍ଳବ୍ କୁ ପରାସ୍ତ କରିଥିଲା। ଏହି ଖେଳରେ ୧୧ ନମ୍ବର ଜର୍ସି ପରିଧାନ କରିଥିବା ରସିକ ପିଙ୍ଗୁଆ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ଦ୍ଵିତୀୟ ମ୍ୟାଚରେ ତ୍ରିଜଙ୍ଗା କ୍ଳବକୁ ୦୧-୦ ଗୋଲରେ ଗୋବରଘାଟି କ୍ଲବର ଶୁଭ ବଦରା ସୁନ୍ଦର ଖେଳ କୌଶଳ ଦେଖାଇ ଦର୍ଶକ ମନମୁଗ୍ଧ କରିଥିଲେ। ଆଜିର ଖେଳରେ ଅତିଥି ଭାବରେ ଆନ୍ତର୍ଜାତୀୟ କ୍ରୀଡାବିତ୍ ପୂର୍ଣ୍ଣିମା ହେମ୍ବ୍ରସ, ଜିଲ୍ଲା କ୍ରୀଡା ଅଧିକାରୀ, ଫକୀର ମୋହନ ଟୁଡୁ, ପୂର୍ବତନ ଖେଳାଳୀ ଭରତ କିସ୍କୁ, ଏ କୈଳାସ ଜେନା ଏବଂ ସୁଧାଂଶୁ ରାଉତ ରାୟ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିବ ଡ଼ାଙ୍ଗିଲ, ଉପେନ୍ଦ୍ର ଡ଼ାଙ୍ଗିଲ, ମୁନ ମୁନ ସୀମାତ୍, ରାମବାଲାର ବେଶ୍ରା, ଏବଂ ଦୁଃଖବନ୍ଧୁ ମାଝୀ ଖେଳ ପରିଚାଳନା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking