29.1 C
Bhubaneswar
Monday, May 6, 2024
Homeଓଡିଶାସାବଧାନ ରହିଲେ ସଂକ୍ରମଣ ବଢିବନି

ସାବଧାନ ରହିଲେ ସଂକ୍ରମଣ ବଢିବନି

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାର୍ବଣ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ରାଜ୍ୟରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ହାର କମିଛି । ଆମେ ସାବଧାନ ରହିଲେ ସଂକ୍ରମଣ ଆଉ ବଢ଼ିପାରିବ ନାହିଁ । ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ ।’

ଏହା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ଉଦାହରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘୨ ମାସ ତଳେ କୋରୋନା ହଟସ୍ପଟ ଥିଲା ଉଭୟ ଜିଲ୍ଲା । ଲୋକଙ୍କ ସହଯୋଗ, କୋରୋନା ଯୋଦ୍ଧାଙ୍କ ଉଦ୍ୟମରେ ନିୟନ୍ତ୍ରଣ ହେଲା । ଗତ ୬ ମାସ ଧରି ଆମର ଉଦ୍ୟମ ସଫଳ ହୋଇଛି । ଆପଣମାନଙ୍କ ତ୍ୟାଗ ଓ ସତର୍କତା ବୃଥା ଯାଇନାହିଁ । ଭ୍ୟାକ୍ସିନ ଆସିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡିବ । କରୋନା ସଂକ୍ରମଣ ପୁନଃବାର ହେଲେ ସାଙ୍ଘାତିକ ହେବ । ଓଣମ ପର୍ବ ପାଇଁ କେରଳରେ ୩ ଗୁଣା ସଂକ୍ରମଣ ବଢିଛି । ଶୀତଋତୁରେ ଭୟଙ୍କର ହୋଇପାରେ କରୋନା । ଏନେଇ ଦୁର୍ଗାପୂଜା ଓ ଦାପାବଳୀ ସମୟରେ ବାହାରେ ଭିଡ କରନ୍ତୁନି । ବାହାରେ ନୁହେଁ ଘରେ ରହି ପୂଜା କରନ୍ତୁ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking