33.1 C
Bhubaneswar
Sunday, April 28, 2024
Homeଓଡିଶାଦଶମ ଶ୍ରେଣୀ ପିଲା ଦିନକୁ ୧୪ରୁ ୧୫ ଘଣ୍ଟା ପାଠ ପଢନ୍ତୁ: ଗଣଶିକ୍ଷା ମନ୍ତ୍ରୀ

ଦଶମ ଶ୍ରେଣୀ ପିଲା ଦିନକୁ ୧୪ରୁ ୧୫ ଘଣ୍ଟା ପାଠ ପଢନ୍ତୁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଦଶମ ଶ୍ରେଣୀ ପିଲା ଦିନକୁ ୧୪ରୁ ୧୫ ଘଣ୍ଟା ପାଠ ପଢନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଦଶମ ଶ୍ରେଣୀ ହେଉଛି ଛାତ୍ର ଜୀବନର ପ୍ରଥମ ସୋପାନ ତେଣୁ ଏହାକୁ ଗୁରୁତର ସହ ନେଇ ପଢାପଢି କରିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପରିଶ୍ରମ କରି ସଫଳ ହେବାକୁ ହେବ । ଶୋଇବାକୁ ୪ରୁ ୫ଘଣ୍ଟା ଯାଏଁ ସମୟ ଦିଅନ୍ତୁ । ଏହା ସହ ସେ କହିଛନ୍ତି ଲେମ୍ବୁ ପାଣି ପିଇଲେ ନିଦ ଭଲ ହେବ । ପିଲାଙ୍କୁ ପାଠପଢା ବିଷୟରେ ଅବଗତ କରିବା ସହ ପରାମର୍ଶ ଦେବାପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ ମେ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking