ସମ୍ବଲପୁର: ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଞ୍ଜୀକରଣରେ ଏଗ୍ରିଷ୍ଟେକ ଆଇଡିର କୌଣସି ସମ୍ପର୍କ ନାହିଁ । ଚାଷୀଙ୍କୁ ହଇରାଣ କରିବାକୁ ଚାହୁଁ ନାହାନ୍ତି ସରକାର ବୋଲି କହିଛନ୍ତି ମନ୍ତ୍ରୀ । ସମସ୍ତ ଚାଷୀଙ୍କ ଧାନ କିଣାଯିବ। ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ । ଏଗ୍ରିଷ୍ଟେକ ଆଇଡି ଚାଷୀଙ୍କ ପରିଚୟ ହେବ ।ଆଇଡି ଦ୍ୱାରା ବିଭିନ୍ନ ସରକାରୀ ଯୋଜନାର ଲାଭ ନେଇପାରିବେ ଚାଷୀ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସମ୍ବଲପୁରରେ ଆୟୋଜିତ ୮୦ ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏଗ୍ରିଷ୍ଟେକକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ।










