26.1 C
Bhubaneswar
Thursday, August 21, 2025
Homeବ୍ରେକୀଙ୍ଗସରକାରୀ ଷ୍ଟିକର ଲାଗିଥିବା ଗାଡ଼ିରେ ବେଆଇନ ଚୋରାକାଠ ଚାଲାଣ, ବୋଲେରୋ ସହିତ ଲକ୍ଷାଧିକ ଟଙ୍କାର...

ସରକାରୀ ଷ୍ଟିକର ଲାଗିଥିବା ଗାଡ଼ିରେ ବେଆଇନ ଚୋରାକାଠ ଚାଲାଣ, ବୋଲେରୋ ସହିତ ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ ।

ମୟୁରଭଞ୍ଜ : ସକ୍ରିୟ ହୋଇ ଉଠିଛନ୍ତି ଚୋରା କାଠ ମାଫିଆ। ଅଭିନଵ ଉପାୟରେ ଚଳାଇଛନ୍ତି ଚୋରା କାଠ ଚାଲାଣ ବ୍ୟବସାୟ। ଦେଖିଲେବି ହଠାତ କେହି କରିବେନି ସନ୍ଦେହ। ସରକାରୀ ଡ୍ୟୁଟିରେ ଥିବା ଷ୍ଟିକର ଲାଗିଥିବା ବୋଲେର ଗାଡ଼ିରେ ହେଉଛି କାଠ ଚୋରା ଚାଲାଣ।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧୁଆଣି ରେଞ୍ଜର ନାକୁଡ଼ା ଗାଁ ନିକଟରେ। ଧରାପଡିଛି ଏକ ସାଇଜକାଠ ଭର୍ତ୍ତି ବୋଲେର।ତେବେ ବୋଲେରରେ ଅନ ଗୋମେଣ୍ଟ ଡ୍ୟୁଟି ଲେଖାଥିବା ବେଳେ NESCO ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି। ଯାହା ବିଦ୍ୟୁତବିଭାଗର ଷ୍ଟିକର ବୋଲି ଜଣାପଡିଛି। ତେବେ କୌଣସି ସୂତ୍ରରୁ ଖବରପାଇ ସରକାରୀ ଷ୍ଟିକର (NESCO) ଲାଗିଥିବା ବୋଲେରକୁ ଗୋଡ଼ାଇ ଗୋଡ଼ାଇ ଦୁଧିଆଣି ରେଞ୍ଜ ଅଧିକାରୀ ସରୋଜ ପଣ୍ଡା ଏବଂ ତାଙ୍କ ଟିମ ଧରିବାରେ ସକ୍ଷମ ହୋଇଛନ୍ତି । ସେହିପରି ଗତକାଲି ଏକ ବେଆଇନ ଟ୍ରକ ବଡିନିର୍ମାଣ କାରଖାନାରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ଗଚ୍ଛିତ ସାଇଜକାଠ କରଞ୍ଜିଆ ବନଖଣ୍ଡର ଏକ ସ୍ୱତନ୍ତ୍ରଟିମ ଚଡାଉ କରି ଜବତ କରିଥିବା ବେଳେ ଆଜି ପୁଣି ଏକ ବୋଲେର ଭର୍ତ୍ତି ସାଇଜକାଠ ଜବତ କରିଛି ବନବିଭାଗ । ତେବେ ଗତକାଲି ଘଟଣାସ୍ଥଳରୁ ଗେରେଜ ମାଲିକ ଖସିଯିବାରେ ସଫଳ ହଇଥିବା ବେଳେ ରାତିରେ ଗେରେଜ ମ୍ୟାନେଜର ଗୁଡୁ ଶର୍ମା ନାମକ ଯୁବକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବ ବନବିଭାଗ । ତେବେ ଏପରି ବେଆଇନ ଚୋରାକାଠ ଚାଲାଣ ଦିନକୁଦିନ ଵୃଦ୍ଧି ପାଉଥିବା ବେଳେ ବନବିଭାଗର ଖାମଖିଆଲି ମନଭାଵରୁ ଚୋରାକାଠ ମାଫିଆମାନେ ଦିନକୁଦିନ ସକ୍ରିୟ ହଇ ଜଙ୍ଗଲ ସଫା କରିବାରେ ସଫଳ ହେଉଛନ୍ତି। ମାତ୍ର କାଠମାଫିଆଙ୍କୁ ନିୟନ୍ତ୍ରଣ କରିବା ଦିଗରେ ବନବିଭାଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏବେ ଚିନ୍ତାରେ ପରିବଶେବିତ ।ତେବେ ଗତ ଦୁଇଦିନ ତତ୍ପରତା ଦେଖାଇ ଏକ ବଡ଼ ସଫଳତା ପାଇଛି ବନବିଭାଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking