ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପିଛା ଛାଡ଼ୁନି ମନରେଗା ଦୁର୍ନୀତି। ହରିଚନ୍ଦନପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ଦ୍ଵାରା ହେଉଥିବା ମନରେଗା ପ୍ରକଳ୍ପ ଗୁଡିକରେ ହେଉଛି ଦୁର୍ନୀତି। ହରିଚନ୍ଦନପୁର ବ୍ଲକ ରେ ମନରେଗା ପ୍ରକଳ୍ପରେ ଦୁର୍ନୀତି ରୋକିବା ବଦଳରେ ବଢ଼ିବାରେ ଲାଗିଛି। ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀଯନ୍ତ୍ରୀ,କନିଷ୍ଠଯନ୍ତ୍ରୀ ଓ ଜିଆରଏସଙ୍କ ମଧ୍ୟରେ ହେଉଥିବା ମଧୁଚନ୍ଦ୍ରିକା ପାଇଁ ବଢ଼ିବାରେ ଲାଗିଛି ଦୁର୍ନୀତି। ଆଉ ଏହି ଦୁର୍ନୀତି ପଛରେ ବିଡ଼ିଓଙ୍କ ସମର୍ଥନ ରହିଥିବା ଆଲୋଚନା ହେଉଛି।
ତେବେ ଏଭଳି ଦୁର୍ନୀତି ଏବେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜାମୁଯୋଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଯାହାର ଅଭିଯୋଗ ସାମ୍ନାକୁ ଆସିଛି। ଏହି ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ଅନୁମୋଦିତ ମନରେଗା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଅନେକ ପ୍ରକଳ୍ପର କାର୍ଯ୍ୟରମ୍ଭ ହୋଇନି କି ସୂଚନାଫଳକ ନିର୍ମାଣ ଆଜିପର୍ଯ୍ୟନ୍ତ ହୋଇନଥିବା ଦେଖିବାକୁ ମିଳିଛି। କିନ୍ତୁ ପ୍ରକଳ୍ପରେ ଶ୍ରମିକ କାମ କରିଥିବା ଦର୍ଶାଇ ଶ୍ରମିକମଜୁରୀ ଉଠ।ଯାଇଛି। ଏଥିମଧ୍ୟରୁ କେତେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି। ଜାମୁଯୋଡି ପଞ୍ଚାୟତର GRS ତାଙ୍କ ସମ୍ପର୍କୀୟ ଙ୍କୁ କାର୍ଯ୍ୟ ଦେଉଥିବା ନେଇ ଜ଼ୀଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଛି। ସେହିପରି ସେହିଗ୍ରାମ ରେ ହେଉଥିବା କୌଣସି କାର୍ଯ୍ୟ ରେ ଗ୍ରାମ ର ବେକାର ଯୁବକ ମାନେ କାମ ପାଉନଥିବାରୁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି ଯାହା ଫଳରେ ସରକାର ଙ୍କର ମୁଖ୍ୟ ଉଦେଶ୍ୟ ସଫଳ ହେଇପାରୁ ନାହିଁ। ଏହା ସହିତ ଅଧିକାଂଶ ଯୋଜନା ର ଫଳକ ମଧ୍ୟ ଲାଗିନାହିଁ। ସେହିପରି ହରିଚନ୍ଦନପୁର ବ୍ଲକ ର ପିଟାପିଟି ଠାରୁ ଜାମୁଯୋଡି ଭାୟା ମେଦିନପୁର ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ବହୁ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ର ବିବରଣୀ ଅନୁସାରେ କାମ ହୋଇନାହିଁ କି ମେଂଟ।ଲିଙ୍ଗ ମଧ୍ୟ ଠିକ ଭାବରେ ହୋଇନାହିଁ। ରାସ୍ତା ଅଣଓସାରିଆ ହେବ। ସହିତ ପାଣି ମଧ୍ୟ ଜମିରହୁଛି। ନିମ୍ନ ମାନର କାର୍ଯ ସହିତ ବିଳମ୍ବ ମଧ୍ୟ ହେଉଥିବାର ଜ଼ୀଲ୍ଲାପାଳ ଙ୍କ ପାଖରେ ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here