28.1 C
Bhubaneswar
Friday, April 26, 2024
HomeUncategorizedଅଭିଷେକଙ୍କ ସହ ଚିତ୍ରାଙ୍ଗଦା ପରଦାକୁ ଆସୁଛନ୍ତି

ଅଭିଷେକଙ୍କ ସହ ଚିତ୍ରାଙ୍ଗଦା ପରଦାକୁ ଆସୁଛନ୍ତି

ମୁମ୍ବାଇ: ନାୟିକା ଚିତ୍ରାଙ୍ଗଦା ସିଂହ ଫେରୁଛନ୍ତି ରିଡ ରୋଲରେ । ଆଉ କାହା ସାଙ୍ଗରେ ନୁହେଁ ବଲିଉଡର ବିଗ ବିଙ୍କ ପୁତ୍ର ଅଭିଷେକଙ୍କ ସହ । ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ନିର୍ଦେଶକ ସୁଜୟ ଘୋଷଙ୍କ ଫିଲ୍ମ ‘କାହାନୀ’ର ଏକ ରହସ୍ୟମୟୀ ଚରିତ୍ରକୁ ନେଇ ନିର୍ମାଣ କରାଯାଉଥିବା ହିନ୍ଦୀ ସିନେମାରେ ନାୟିକା ଭାବେ ଦେଖା ଦେବେ।
ବଲିଉଡର ଲୋକପ୍ରିୟ ଅଭିନେତା ଅଭିଷେକ ବଚ୍ଚନ ଓ ଶାହରୁଖ୍ ଖାନ୍ ଏହି ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏଥିରେ ଜୁନିଅର୍ ବଚ୍ଚନ ଏହି ସିରିଏଲ୍ କିଲର ବବ ବିଶ୍ୱାସଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି। ଶାହରୁଖ୍ ଖାନ୍ ଏହାର ପ୍ରଯୋଜନା କରୁଛନ୍ତି। ଏହି ନାମକରଣ ହୋଇ ନ ଥିବା ହିନ୍ଦୀ ସିନେମାର ନିର୍ଦେଶନା ଦେଉଛନ୍ତି ସୁଜୟ ଘୋଷଙ୍କ ବଡ଼ ଝିଅ ଦୀୟା ଅନ୍ନପୂର୍ଣ୍ଣା ଘୋଷ। ସେ ନିର୍ଦେଶିକା ଭାବେ ବଲିଉଡରେ ଏହି ଫିଲ୍ମ ଜରିଆରେ ପାଦ ଥାପୁଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking