28.1 C
Bhubaneswar
Monday, May 13, 2024
Homeକରୋନାଚୀନ୍ ସରକାରଙ୍କ ଚିନ୍ତା ବଢାଉଛି କୋଭିଡ୍ ସଂକ୍ରମଣ: ପୂର୍ବ ସାଂଘାଇରେ ସମ୍ପୂର୍ଣ୍ଣ ଲକ୍‌ଡାଉନ

ଚୀନ୍ ସରକାରଙ୍କ ଚିନ୍ତା ବଢାଉଛି କୋଭିଡ୍ ସଂକ୍ରମଣ: ପୂର୍ବ ସାଂଘାଇରେ ସମ୍ପୂର୍ଣ୍ଣ ଲକ୍‌ଡାଉନ

ବେଜିଂ: ଚୀନ୍‌ରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ସରକାରଙ୍କ ସମସ୍ତ କଟକଣା ସତ୍ତ୍ୱେ ଦୈନିକ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଚୀନ୍‌ର ବାଣିଜ୍ୟିକ ରାଜଧାନୀ ତଥା ଦ୍ୱିତୀୟ ବୃହତ୍ତମ ସହର ସାଂଘାଇରେ ଗୋଟିଏ ଦିନରେ ୪୪୭୭ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବାପରେ ସହରର ପୂର୍ବାଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି । ରାସ୍ତାକୁ ବାହାରିବା, କୁକୁରକୁ ବୁଲାଇନେବା ଇତ୍ୟାଦି ଦୈନନ୍ଦିନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ସହରବାସୀଙ୍କୁ ତାଗିଦା କରାଯାଇଛି । ଏପରିକି କୌଣସି ବ୍ୟକ୍ତି ନିଜ ବାସଭବନର କମ୍ପାଉଣ୍ଡରେ ମଧ୍ୟ ବୁଲାବୁଲି କରିପାରିବେ ନାହିଁ ବୋଲି କୁହାଯାଇଛି ।

କେବଳ କୋଭିଡ୍ ପରୀକ୍ଷା ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି । ବିଶେଷକରି ସାଂଘାଇର ପୁଡୋଙ୍ଗ୍ ଅଞ୍ଚଳରେ କୋଭିଡ୍ କଟକଣାକୁ ଜୋରଦାର କରାଯାଇଛି । ଏଠାରେ ଅବସ୍ଥିତ ୨୮୫ଟି ବିଭିନ୍ନ ବ୍ୟାଙ୍କ, ବ୍ୟବସାୟିକ ସଂସ୍ଥା ଓ ଅନ୍ୟାନ୍ୟ ଅଫିସରେ କାର୍ଯ୍ୟରତ ପ୍ରାୟ ୨୦ ହଜାର କର୍ମଚାରୀ ରବିବାର ଘରକୁ ଫେରିନପାରି କାର୍ଯ୍ୟାଳୟରେ ରାତ୍ରୀଯାପନ କରୁଥିବା ଜଣାପଡିଛି ।

ସେମାନଙ୍କୁ ଅବଶ୍ୟ ସ୍ଲିପିଙ୍ଗ୍ ବ୍ୟାଗ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏଭଳି କଟକଣା ଯୋଗୁଁ ସାଂଘାଇ ଷ୍ଟକ୍ ଏକ୍ସଚେଞ୍ଜ୍‌ର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । କଟକଣା ଯୋଗୁଁ ସାଂଘାଇରେ କାର୍ଯ୍ୟ କରୁଥିବା ଏକାଧିକ ବିଦେଶୀ ବ୍ୟାଙ୍କ୍ କର୍ମଚାରୀମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ୨.୫ କୋଟି ନାଗରିକଙ୍କ ମଧ୍ୟରୁ ୧.୫ କୋଟି ଲୋକ ଶକ୍ତ କଟକଣା ମଧ୍ୟରେ କାଳାତିପାତ କରୁଛନ୍ତି । ଲୋକଙ୍କୁ କୋଭିଡ୍ ଟିକା ଓ ଆଣ୍ଟି ଭାଇରାଲ ଔଷଧପତ୍ର ଯୋଗାଇଦେବାକୁୁ ସାଂଘାଇ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking