ନୂଆଦିଲ୍ଲୀ: ପୂର୍ବ ଲାଦାଖର ଏଲଓସିରେ ବର୍ଷ ସାରା ଜାରି ରହିଥିବା ବିବାଦ ପରେ ଚୀନ ପୁଣି ଥରେ ଭାରତକୁ ଝଟକା ଦେଇପାରେ । ଖବର ରହିଛି ଯେ, ଚୀନ ବ୍ରହ୍ମପୁତ୍ର ନଦୀରେ ଏକ ଡ୍ୟାମ ନିର୍ମାଣ ପାଇଁ ଯୋଜନା କରୁଛି । ଚୀନର ଏମିତି କାରନାମା ଯଦି ହୁଏ, ତେବେ ଲାଦାଖରେ ଧିରେ ଧିରେ ଶାନ୍ତ ପଡି ଆସୁଥିବା ସ୍ଥିତିରେ ପୁଣି ବିବାଦ ଦେଖିବାକୁ ମିଳିପାରେ ବୋଲି ଜଣାପଡିଛି । ଚୀନର ଏହି ନୂଆ ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁତ୍ର ପ୍ରବାହରେ ବାଧା ସୃଷ୍ଟି ହୋଇପାରେ , ପାଣି କମ୍ ହୋଇପାରେ । ଖାଲି ଏତିକି ନୁହେଁ ବନ୍ୟା ଭଳି ସ୍ଥିତି ମଧ୍ୟ ଉପୁଜିବାର ସମ୍ଭାବନା ରହିଛି । ଯାହାକୁ ନେଇ ଭାରତ ମନରେ ଭୟ ସଂଚାର ହୋଇଛି । ଗତବର୍ଷ ଜଣେ ଚୀନ କୂଟନୀତିଜ୍ଞ କହିଥିଲେ ଯେ, ଏହି ପ୍ରକଳ୍ପ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।