27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଋଷର ମସ୍କୋ ଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଉଦ୍‌ଘାଟିତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଋଷର ମସ୍କୋ ଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଉଦ୍‌ଘାଟିତ

 ବିଗତ ୫ ବର୍ଷ ମଧ୍ୟରେ ଋଷରେ ୫.୫ ବିଲିୟନ ଡ଼ଲାର ପୁଞ୍ଜିନିବେଶ କରିଛି ତୈଳ କମ୍ପାନୀ
 ଋଷର ରୋଜନେଫ୍ଟ ଭାରତରେ ୧୩ ବିଲିୟନ ଡ଼ଲାର ପୁଞ୍ଜିନିବେଶ କରିଛି
ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ କଳ୍ପନା ଓ ପ୍ରଚେଷ୍ଟାରେ
ମସ୍କୋ ଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଭାରତର ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଏବଂ
ଋଷର ଡେପୁଟି ଉର୍ଜା ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ଇଣ୍ଡିଆନ
ଅଏଲ, ଓଏନଜିସି ବିଦେଶ, ଗେଲ୍‌, ଅଏଲ ଇଣ୍ଡିଆ ଏବଂ ନବରତ୍ନ କମ୍ପାନୀ ଇଆଇଲର ମିଳିତ
ସହଯୋଗରେ ଏହି ଉର୍ଜା କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରତ୍ୟେକ ରାଷ୍ଟ୍ରାୟତ ଉଦ୍ୟୋଗ ବ୍ୟବସାୟିକ
ସୁଯୋଗ ପାଇବା ନିମନ୍ତେ କାର୍ଯ୍ୟ କରିବା ପାଇଁ ମସ୍କୋରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି
କରିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମସ୍କୋରେ ଉର୍ଜା କାର୍ଯ୍ୟାଳୟର ସ୍ଥାପନା କରିବା ଦିଗରେ ପ୍ରଥମେ
ଗୁରୁତ୍ୱାରୋପ କରିଥିଲେ । ଋଷର ବିଶାଳ ଉର୍ଜା କ୍ଷେତ୍ରରେ ଅଧିକ ସୁଯୋଗର ଅନ୍ୱେଷଣ ଯଥା ଭାରତୀୟ
ପ୍ରକଳ୍ପରେ ପୁଞ୍ଜିନିବେଶ ମିଳିବା, ପ୍ରଯୁକ୍ତିବିଦ୍ୟାରେ ସହଯୋଗୀ ହେବା, ଦେଶର ଦକ୍ଷତାପୂର୍ଣ୍ଣ ମାନବସମ୍ବଳ
ସେଠାରେ କାମ କରିବାର ସୁଯୋଗ ପାଇପାରିବାର କଳ୍ପନାରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା କରିବାର ଲକ୍ଷ୍ୟ
ରହିଥିଲା । ମଙ୍ଗୋଲିଆରେ ଏକ ବିଶୋଧନାଗାର ନିର୍ମାଣ କରୁଥିବା ନବରତ୍ନ କମ୍ପାନୀ ଇଆଇଏଲ ମଧ୍ୟ
ଋଷରେ ଅନୁରୂପ ଭାବରେ ପ୍ରକଳ୍ପ ପାଇବାର ସୁଯୋଗ ପାଇବା ଲକ୍ଷ୍ୟରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବା
ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଋଷର ଭାରତୀୟ ରାଷ୍ଟ୍ରଦୂତ ଭାରତ ଏବଂ ଋଷ ମଧ୍ୟରେ ଦ୍ୱିପାକ୍ଷିକ ଉର୍ଜା
ସମ୍ପର୍କକୁ ମଜବୁତ୍ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ
ସେପ୍ଟେମ୍ବରରେ ଭ୍ଲାଡ଼ିଭୋଷ୍ଟୋକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶାନୁସାରେ ରୋଡ଼ମ୍ୟାପ
ତିଆରି ହେବା ଉପରେ ନିଜର ମତ ରଖିଥିଲେ । ଋଷର ଏହି ଭାରତୀୟ ରାଷ୍ଟ୍ରଦୂତ ଋଷ ସହିତ ଉର୍ଜା
ସହଯୋଗକୁ ପରିଚାଳନା କରିବା, ଉର୍ଜା କାର୍ଯ୍ୟାଳୟ ସ୍ଥାପନା କରିବାର ଆଇଡ଼ିଆ ଏବଂ ରେକର୍ଡସଂଖ୍ୟକ
ସମୟରେ କାର୍ଯ୍ୟାଳୟ ଖୋଲିବାକୁ ଦୃଢ଼ ସହଯୋଗ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ
ଦେଇଥିଲେ ।
ସୂଚନାଯୋଗ୍ୟ, ବିଗତ ୫ ବର୍ଷ ମଧ୍ୟରେ ଭାରତର ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଋଷର ତୈଳ କ୍ଷେତ୍ରରେ
ଆମେରିକୀୟ ଟଙ୍କାରେ ୫.୫ ବିଲିୟନ ଡ଼ଲାର ପୁଞ୍ଜିନିବେଶ କରିଥିବା ବେଳେ ଋଷ କମ୍ପାନୀ ରୋଜନେଫ୍ଟ୍‌
ଭାରତରେ ୧୩ ବିଲିୟନ ଡ଼ଲାର ପୁଞ୍ଜିନିବେଶ କରିଛି । ବିଶେଷ ଭାବରେ ଭାରତର ସର୍ବବୃହତ ବିଦେଶୀ
ପ୍ରତ୍ୟକ୍ଷ ବିନିଯୋଗ ହୋଇଥିବା ଏସାର ବିଶୋଧନାଗାରକୁ ଭାରତକୁ ଆଣିବାରେ ଅଧିକ ପୁଞ୍ଜନିବେଶ କରିଛି
ରୋଜନେଫ୍ଟ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ଏବଂ ଋଷ ମଧ୍ୟରେ ତୈଳ, ଗ୍ୟାସ ଏବଂ ଇସ୍ପାତ୍ ଦ୍ୱିପାକ୍ଷିକ ସହଯୋଗ
ପାଇଁ ୨୦୧୯ ଅଗଷ୍ଟ ଏବଂ ଅକ୍ଟୋବର ମାସରେ ଋଷ ଗସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking