25.1 C
Bhubaneswar
Saturday, December 7, 2024
Homeଦେଶ ବିଦେଶଯମୁନା ନଦୀରେ ଛଟ୍ ପୂଜା ହୋଇପାରିବ ନାହିଁ

ଯମୁନା ନଦୀରେ ଛଟ୍ ପୂଜା ହୋଇପାରିବ ନାହିଁ

ନୂଆଦିଲ୍ଲୀ: ଯମୁନା ନଦୀରେ ଛଟ୍ ପୂଜା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଏଠାରେ ରୋଗ ହେବାର ଆଶଙ୍କା ରହିଛି । ତେଣୁ ଅନୁମତି ଦିଆଯାଇ ପାରିବ ନାହିଁ । ଯମୁନାରେ ପ୍ରଦୂଷଣ ଉଚ୍ଚ ସ୍ତରରେ ଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି । ଏହି ବିଷାକ୍ତ ପାଣିରେ ଗାଧୋଇଲେ ଲୋକମାନେ ରୋଗରେ ପଡ଼ିପାରନ୍ତି । ଏହି ପ୍ରସଙ୍ଗରେ ଗଭୀର ଚିନ୍ତାବ୍ୟକ୍ତ କରି ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ୍ ତୁଷାର ରାଓ ଗେଡେଲାଙ୍କ ପୀଠ ଛଟ୍ ପାଇଁ ଅନୁମତି ଦେବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି ଯେ ଗୀତା କଲୋନୀ ଘାଟରେ ଛଟ୍ ପାଳିବା ପାଇଁ ଆମେ ଶ୍ରଦ୍ଧାଳୁମାନଙ୍କୁ ଅନୁମତି ଦେଇପାରିବୁ ନାହିଁ । କାରଣ, ଯମୁନାରେ ବୁଡ଼ ପକାଇଲେ ଆପଣ ରୋଗାଗ୍ରସ୍ତ ହୋଇପାରନ୍ତି । ଶୁଣାଣି ବେଳେ କୋର୍ଟ କହିଛନ୍ତି, ୧୦୦୦ଟି ଭିନ୍ନ ଭିନ୍ନ ଜାଗାରେ ଛଟ୍ ପୂଜା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକମାନେ ସେଠାକୁ ଯାଇ ପୂଜା କରିବା ଉଚିତ୍ । କୋର୍ଟଙ୍କ କହିବା ହେଲା, ଏହି ଜାଗାଗୁଡ଼ିକରେ ଲୋକମାନେ ସୁରକ୍ଷିତ ରୂପେ ପୂଜା କରିପାରିବେ।

ଯମୁନା ନଦୀରେ ବିଷାକ୍ତ ଫେଣଯୁକ୍ତ ପାଣି ସତ୍ତ୍ୱେ ମଙ୍ଗଳବାର ଛଟ୍ ପୂଜାର ପ୍ରଥମ ଦିନ ଶ୍ରଦ୍ଧାଳୁମାନେ ଏଠାରେ ସ୍ନାନ କରିଥିଲେ । କାଳିନ୍ଦୀ କୁଞ୍ଜ ଅଞ୍ଚଳରେ ଲୋକେ ପ୍ରଦୂଷିତ ଜଳରେ ସ୍ନାନ କରିବାକୁ ନେଇ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ବଢ଼ିଯାଇଥିଲା । ଦିଲ୍ଲୀରେ ଛଟ୍ ପୂଜା ପାଇଁ ନଭେମ୍ବର ୭ରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଚିଠି ଲେଖି ଛଟ୍ ପର୍ବର ସନ୍ଧ୍ୟା ଅର୍ଘ୍ୟ ଦିନ ସାର୍ବଜନିକ ଅବକାଶ ଘୋଷଣା କରିବାକୁ ଅନୁରୋଧ କରିଥିଲେ, ଯାହାକୁ ସିଏମ୍ ମଞ୍ଜୁରୀ ଦେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ସରକାରଙ୍କ ପ୍ରତିବନ୍ଧିତ ଛୁଟି ତାଲିକାରେ ଛଟ୍ ପର୍ବ ଅନ୍ତର୍ଭୁକ୍ତ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking