29.1 C
Bhubaneswar
Friday, May 17, 2024
Homeଓଡିଶାଚାର୍ଜସିଟ ରଦି କାଗଜ: ସୁରେଶ ପୂଜାରୀ

ଚାର୍ଜସିଟ ରଦି କାଗଜ: ସୁରେଶ ପୂଜାରୀ

ଭୁବନେଶ୍ୱର: ନବଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟକୁ ରଦ୍ଦି କାଗଜ ବୋଲି କହିଲେ ବିଜେପି ସାଂସଦ ସୁରେଶ ପୂଜାରୀ । ନବଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ କାଲି ତଳ କୋର୍ଟରେ ହାଜ଼ର କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ସମୟ ଅବଧି ଭିତରେ ୫୦୦ ପୃଷ୍ଠାର ଚାର୍ଜ ସିଟ ଦାଖଲ କରିଛି କ୍ରାଇମବ୍ରାଂଚ । ଏହି ହତ୍ୟାକାଣ୍ଡ ଘଟଣାରେ ୧୦୦ ଜଣ ସାକ୍ଷୀ ରହିଥିବାବେଳେ ୯୦ ଟି ଡକୁମେଣ୍ଟ ଚାର୍ଜସିଟରେ ଦାଖଲ ହୋଇଛି । ଗୋପାଳ ଦାସଙ୍କୁ ପାଗଳ ସଜାଇବା ପାଇଁ କ୍ରାଇମ ବ୍ରାଞ୍ଚ ୧୨୦ ଦିନ ସମୟ ନେଇଥିଲା ବୋଲି କହିଛନ୍ତି ସୁରେଶ ପୂଜାରୀ । ଏହାସହ ସାଂଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ସୁରେଶ କହିଛନ୍ତିଏପର୍ଯ୍ୟନ୍ତ ଏହି ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ ଟ୍ରାକ କରାଯାଇନାହିଁ । ଯାହାଫଳରେ ନବଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି । ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସାଙ୍ଗରେ କଥା ହୋଇଥିଲେ ତାହାର ସବିଶେଷ ତଥ୍ୟ ନାହିଁ । ହତ୍ୟାକାଣ୍ଡର ୧୫ ଦିନ ପୂର୍ବର ଫୋନ ରେକର୍ଡ କାହିଁକି ସଂଗ୍ରହ କରାଗଲାନି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ । ଏହାସହ ନବଦାସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ, ଏହା ଏକ ରଦ୍ଦି କାଗଜ ବୋଲି ସୁରେଶ କହିଛନ୍ତି । ଗୋପାଳକୁ ପାଗଳ କୁହାଯାଇଥିଲା, ତାହେଲେ ବନ୍ଧୁକ କାହିଁକି ଇସ୍ୟୁ ହେଲା । ୧୮ ରାଉଣ୍ଡ ଗୁଳି ଆସିଲା କିପରି । ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା । ନବଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗଲା କୁଆଡେ । ବନ୍ଧୁକରୁ କେତେଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜ ସିଟରେ ନାହିଁ ।

ଯେଉଁ ଗୁଳି ନବଦାସଙ୍କ ଦେହରେ ବାଜିଥିଲା ତାକୁ ଏପର୍ୟ୍ୟନ୍ତ ଖୋଜି ପାଇନି ପୋଲିସ । ଗାଡିକୁ ତୁରନ୍ତ ଜବତ କରିଥିଲେ ଗୁଳି କୁଆଡେ ଗଲା ତାହା ସବୁଠୁ ବଡ ପ୍ରଶ୍ନବାଚୀ । ନବଦାସଙ୍କ ହତ୍ୟାରେ ଯେଉଁମାନେ ଲାଭ ପାଇଥାନ୍ତେ ସେମାନେ ଏହି ତଦନ୍ତରେ ବର୍ତ୍ତିଗଲେ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି । ଥରେ ଟ୍ରାଫିକରେ ନବଦାସଙ୍କ ଗାଡି ଅଟକାଇବା, ପୁତୁରାକୁ ନେଇ ଚାକିରି ପାଇଁ ନବଦାସଙ୍କ ପାଖକୁ ଯିବା ପରେ ନବ ଦାସ କଥା ନଶୁଣିବା ଓ ନବଦାସଙ୍କ ସମର୍ଥକଙ୍କ ସହ ଝଗଡା ହୋଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking