37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶବନ୍ଦ ହେବ ଚାରିଧାମ ଯାତ୍ରା, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଏବଂ କେଦାରନାଥ ଧାମ ତାରିଖ ହେଲା ଘୋଷଣା

ବନ୍ଦ ହେବ ଚାରିଧାମ ଯାତ୍ରା, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଏବଂ କେଦାରନାଥ ଧାମ ତାରିଖ ହେଲା ଘୋଷଣା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସ୍ଥିତ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରାଯାଇଛି । ଗଙ୍ଗୋତ୍ରୀ ଧାମର କପାଟ ୧୪ ନଭେମ୍ବରରେ ବନ୍ଦ କରାଯିବ, ସେହିପରି ୧୫ ନଭେମ୍ବରରେ ଯମୁନୋତ୍ରୀ ଧାମର ଦ୍ୱାର ବନ୍ଦ କରାଯିବ । ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ପକ୍ଷରୁ କୁହାଯାଇଛି କି, ଶ୍ରୀ ବଦ୍ରିନାଥ କପାଟ ବନ୍ଦ ହେବାର ତାରିଖ ନିଷ୍ପତ୍ତି ୨୪ ଅକ୍ଟୋବର ଦଶହରା ପରେ କରାଯିବ । ଚଳିତବର୍ଷ ଏପ୍ରିଲରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିଲା ।

ଖବର ମୁତାବକ, ଦ୍ୱାର ବନ୍ଦ ହେବାର ତାରିଖ ଘୋଷଣା କରିବା ପାଇଁ ବଦ୍ରିନାଥ ମନ୍ଦିର ପରିସରରେ ଧାର୍ମିକ ସମାରୋହର ଆୟୋଜନ କରାଯିବ । ରାଉଳ ଓ ଧର୍ମାଧିକାରୀ ପଞ୍ଚାଙ୍ଗ ଗଣନା କରିବା ପରେ ଦ୍ୱାର ବନ୍ଦ ହେବାର ଶୁଭ ମୁହୂର୍ତ୍ତ ଘୋଷଣା କରିବେ ।
ଶ୍ରୀକେଦାରନାଥ ଧାମର ଦ୍ୱାର ପରମ୍ପରାଗତ ଭାବରେ ୧୫ ନଭେମ୍ବର ବୁଧବାର ଭାଇଦୁଜ ଅବସରରେ ବନ୍ଦ ହେବ । ଭଗବାନ କେଦାରନାଥଙ୍କ ପଞ୍ଚମୁଖୀ ଉତ୍ସବମୂର୍ତ୍ତି ଶୀତକାଳୀନ ପ୍ରବାସ ଶ୍ରୀ ଓଁକାରେଶ୍ୱର ମନ୍ଦିର ଉଖୀମଠରେ ପହଞ୍ଚିବ । ଶ୍ରୀ ଗଙ୍ଗୋତ୍ରୀ ଧାମର ଦ୍ୱାର ଅନ୍ନକୁଟ ଅବସରରେ ୧୪ ନଭେମ୍ବର ପୂର୍ବାହ୍ନ ୧୧ଟା ୪୫ ମି. ଓ ଯମୁନୋତ୍ରୀ ଧାମର ଦ୍ୱାର ୧୫ ନଭେମ୍ବରରେ ବନ୍ଦ ରହିବ ।
ସୂଚନାଯୋଗ୍ୟ, କେଦାରନାଥ ଧାମ କପାଟ ବିଧିବିଧାନ ମୁତାବକ ୨୫ ଏପ୍ରିଲ ସକାଳ ୬ଟା ୨୦ ମିନିଟରେ ଖୋଲାଯାଇଥିଲା । କେଦାରନାଥଙ୍କ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ କରାଯାଇଥିଲା । ସେହିପରି ବଦ୍ରିନାଥ ଥାନ କପାଟ ୨୭ ଏପ୍ରିଲରେ ଖୋଲାଯାଇଥିଲା । ତୀର୍ଥଯାତ୍ରୀ ଚାରିଧାମ ଯାତ୍ରା ପାଇଁ ଋିଷିକେଶ ପହଞ୍ଚି ନିଜର ରେଜିଷ୍ଟ୍ରେସନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking