34.1 C
Bhubaneswar
Friday, March 29, 2024
Homeପଞ୍ଜାବ ରାଜନୀତିବଦଳିଲା ପରିଚୟ : ମରାମତି ରୁ ରାଜନୀତି 

ବଦଳିଲା ପରିଚୟ : ମରାମତି ରୁ ରାଜନୀତି 

ପଞ୍ଜାବ : ମା ହେଉଛନ୍ତି ଜଣେ ସଫେଇ କର୍ମଚାରୀ | ବାପା ବି  ଜଣେ ଦିନ ମଜୁରିଆ | ଆଉ ନିଜେ ମଧ୍ୟ ମୋବାଇଲ୍ ମରାମତି ଦୋକାନରେ କାର୍ଯ୍ୟ କରୁଥିବା ଜଣେ ସାମାନ୍ୟ ବ୍ୟକ୍ତି  | ଆଜ୍ଞା ହଁ , କେବେ କାହାକୁ ଆପଣ ସାମାନ୍ୟ ଭାବିବେନି, କାରଣ ଭଗବାନ ସମସ୍ତଙ୍କୁ କିଛି ନା  କିଛି ଦେଇକି ପଠାଇଥାନ୍ତି |ଆଉ ହଁ ଭଗବାନ ଯେତେବେଳେ ଯାହା ଦିଅନ୍ତି ଛପର ଫାଡିକି ଦିଅନ୍ତି | ଯେମିତି  ଲାଭ ସିଂ ଉଗୋକେ | କଲି ପୂର୍ବରୁ ଏହି ସାମାନ୍ୟ ବ୍ୟକ୍ତିଙ୍କ ବିଷୟରେ କଣ ଆପଣ କେହି ଜାଣି ଥିଲେ? ହଁ ଜାଣିବେ ବା କେମିତି ? ସେତ ଜଣେ ସାମାନ୍ୟ ମରାମତି କାମ କରୁଥିଲେ .ଯଦି ବା ତାଙ୍କୁ କେହି ଜାଣିଥିବେ ଜଣେ ସାମାନ୍ୟ ବ୍ୟକ୍ତି ହିସାବରେ ଜାଣିଥିବେ | କିନ୍ତୁ ଆଜି ଖାଲି ପଞ୍ଜାବ ନୁହେଁ ସମଗ୍ର ଦେଶରେ ତାଙ୍କୁ ନେଇ ବେଶ ଚର୍ଚ୍ଚା ହେଉଛି | କାରଣ ଜଣେ ସାମାନ୍ୟ ବ୍ୟକ୍ତି ଲାଭ ସିଂଙ୍କ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ହରାଇବାରେ ହୋଇପାରିଛନ୍ତି ସଫଳ | ଆମ ଆଦମୀ ପାର୍ଟିର ପ୍ରାର୍ଥୀ  ଲାଭ ସିଂ 37,558 ଭୋଟ ବ୍ୟବଧାନରେ  ଚନ୍ନିଙ୍କୁ କରିଛନ୍ତି ପରାଜିତ |
ତେବେ ଆପଣ ଜାଣିଛନ୍ତି କି ? ଲାଭ ସିଂ କିଏ ?ତାଙ୍କର ପରିବାରରେ କିଏ ଅଛନ୍ତି ?ଯଦି ଜାଣି ନାହାନ୍ତି,ତାହେଲେ ଏବେ ଜଣାନ୍ତୁ | ପଞ୍ଜାବର ଭଦୌର ବିଧାନସଭା ଆସନରୁ ଚନ୍ନିଙ୍କୁ ହରାଇଥିବା ଲାଭ ସିଂ ପଞ୍ଜାବର ଏକ ମୋବାଇଲ୍ ମରାମତି ଦୋକାନରେ କାମ କରନ୍ତି। ଖାଲି ଏତିକି ନୁହେଁ, ତାଙ୍କ ମା ମଧ୍ୟ ଏକ ସରକାରୀ ବିଦ୍ୟାଳୟରେ ସୁଇପର ବା ଝାଡୁଦାର ଭାବରେ କାମ କରନ୍ତି। ଏବଂ ବାପା ବିଲରେ ଚାଷୀ ଭାବରେ ଦିନ ମଜୁରିଆ କାମ କରନ୍ତି  |
ଏବେ ଆସନ୍ତୁ ଜାଣିବା ଲାଭ ସିଂଙ୍କ ସ୍ଥାବର ଓ  ଅସ୍ଥାବର ସମ୍ପତ୍ତି ବିଷୟରେ | ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ ଯେ, ନିର୍ବାଚନ ଆଫିଡେଭିଟ୍‌ରେ ତାଙ୍କ ସମ୍ପତ୍ତି ଭାବେ ଲାଭ  ସିଂ ପ୍ରାୟ 8 ବର୍ଷ ପୂର୍ବେ କିଣିଥିବା ଏକ ହିରୋ ହୋଣ୍ଡା ମୋଟରସାଇକେଲକୁ  ଉଲ୍ଲେଖ କରିଛନ୍ତି।
ଜଣେ ସାଧାରଣ ଲୋକ ଭାବନ୍ତିଯେ , ସେ ଦେଶ ପାଇଁ କଣ କରିପାରିବେ !!  କିନ୍ତୁ ଯଦି ସେ ଚାହାଁନ୍ତି, ଜଣେ ସାଧାରଣ ଲୋକ କିଛି ବି କରିପାରିବେ | ଏହାର ଉଦାହରଣ ଲାଭ ସିଂ ବୋଲି ପଞ୍ଜାବରେ ଆମ ଆଦମୀ ପାର୍ଟିର ସଫଳତା ପରେ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି |

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking