ନୂଆଦିଲ୍ଲୀ: ୨୦୧୭ ନିର୍ବାଚନରେ ଦେଶର ଯେଉଁ ରାଜ୍ୟମାନଙ୍କରେ କଂଗ୍ରେସ ପରିବାରର ଶାସନ ଚାଲିଥିଲା, ବିଜେପି ସେହିସବୁ ସ୍ଥାନରେ କ୍ଲିନ୍ ସ୍ୱିପ୍ କରି ଦେଇଛି । ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ ରାଜ୍ୟରେ ବିଜେପିର ନେତୃତ୍ୱକୁ ନେଇ ୨୦୧୭ କଂଗ୍ରେସ ଶାସନ ସମୟରେ ମନ୍ତ୍ରୀ ଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ନିଜ ନାମ ଗୋପନ ରଖି ଏହା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଅପେକ୍ଷା ବିଜେପି କାର୍ଯ୍ୟକର୍ତ୍ତା ଯେଭଳି ଭାବେ ୨୪ ଘଣ୍ଟା ଦେଶ ପାଇଁ ତଥା ନିଜ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ସେଥିରେ ଲୋକେ ସନ୍ତୁଷ୍ଟ ହେବା ସହ କଂଗ୍ରେସ ପ୍ରତି ବିମୁଖ ହେଉଛନ୍ତି । ସମୟ ଏମିତି ବି ଆସିବ କଂଗ୍ରେସ ସବୁ ସ୍ଥାନରେ ନିଜର ସତ୍ତା ହରାଇବ । ୟୁପିରେ ଥିବା ବରିଷ୍ଠ କଂଗ୍ରେସ ନେତାମାନେ ଏବେ ବିଜେପିରେ ଧିରେ ଧିରେ ସାମିଲ ହେବାରେ ଲାଗିଛନ୍ତି । ଏଥିଯୋଗୁ ୟୁପିରେ କଂଗ୍ରେସ କେବେ କ୍ଷମତାକୁ ଆସିବ ତାହା କହିବା ମୁସ୍କିଲ୍ । ମୋଦି ଓ ଅମିତ ଶାହାଙ୍କ କାର୍ଯ୍ୟ ଦକ୍ଷତା ଜନତାଙ୍କୁ ବେଶ୍ ଭଲଭାବେ ଜଣା । ଏଥିପାଇଁ ତ ୟୁପିରେ ଲୋକେ ପୁଣି ବିଜେପିକୁ ବାଛିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତ ପ୍ରକାଶ କରିଛନ୍ତି ।
୨୦୨୨ରେ କ୍ଷମତାସୀନ ବିଜେପି ୪ ରାଜ୍ୟରେ ବିଧାନସଭା ନିର୍ବାଚନରେ ଯେଉଁ କର୍ତ୍ତୃତ୍ତ୍ୱ ଦେଖାଇଛି, ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଲୋକେ ପୁଣି ବିଜେପି ସରକାରକୁ ଗୁରୁତ୍ୱ ଦେଉଛନ୍ତି । ଆଉ ଏହା କେବଳ ସମ୍ଭବ ହୋଇପାରିଛି ମୋଦି ସରକାରଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ । ସେପଟେ କଂଗ୍ରେସ ପ୍ରଚାର ଠାରୁ ଧରି ନିର୍ବାଚନ ସଭା ଯାଏ ଯେଉଁ ପରିଶ୍ରମ କରିଥିଲା ସେଥିରେ ପାଣି ପକାଇ ଦେଇଛି ବିଜେପି ।