ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଭାରତୀୟ ସେନାର ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍ ଭାରତୀୟ ବାୟୁ ସେନାର ଚିତ୍ତା ବୋଲି ଜଣାପଡ଼ିଛି । ଜାମ୍ମୁ କାଶ୍ମୀରର ଗୁରେଜ୍ ବରାଉମ୍ ସେକ୍ଟରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ତେବେ ହେଲିକପ୍ଟର୍ରେ କେତେଜଣ ଥିଲେ ତାହାର ସଠିକ୍ ସୂଚନା ମିଳିନଥିବା ବେଳେ ବରଫାବୃତ୍ତ ଅଞ୍ଚଳରେ ପହଞ୍ôଚ ସର୍ଚ୍ଚ ଅପରେସନ୍ କରିଛି ଭାରତୀୟ ସେନା ।