26.1 C
Bhubaneswar
Friday, September 20, 2024
Homeଖେଳନିଶ୍ଚିତ ଭାବେ ଆମ ଟିମ୍ ନିରାଶଜନକ ପ୍ରଦର୍ଶନ କରିଛି: ବଟଲର

ନିଶ୍ଚିତ ଭାବେ ଆମ ଟିମ୍ ନିରାଶଜନକ ପ୍ରଦର୍ଶନ କରିଛି: ବଟଲର

ନୂଆଦିଲ୍ଲୀ: ଗତଥରର ବିଶ୍ୱକପ୍ ବିଜେତା ଟିମ୍, ଏଥର ଲିଗ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଉଛି । ଭାରତରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପରେ ସବୁଠୁ ନିରାଶଜନକ ପ୍ରଦର୍ଶନ କରିଛି ଇଂଲଣ୍ଡ ଟିମ୍ । ତେବେ ଇଂଲଣ୍ଡ ଟିମର ଏପରି ଖରାପ ପ୍ରଦର୍ଶନ ପରେ ନିଜ ମନର ଦୁଃଖ ଜଣାଇଛନ୍ତି ଟିମର କ୍ୟାପଟେନ୍ ଜୋସ୍ ବଟଲର ।

ବଟଲର ସ୍କାଏ ସ୍ପୋର୍ଟସକୁ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟକୁ ଆସିବା ପୂର୍ବରୁ ମୋ ନିଜ ଫର୍ମକୁ ନେଇ ଚିନ୍ତାରେ ଥିଲି । ମୁଁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ରହିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲି । ଯାହାକି ଦଳକୁ କ୍ଷତିରେ ରଖିଥିଲା । ଆମେ ଆମ ସମର୍ଥକଙ୍କୁ ନିରାଶ କରିଛୁ ବୋଲି କହିଛନ୍ତି ଇଂଲଣ୍ଡ ଟିମର କ୍ୟାପଟେନ୍ ଜୋସ୍ ବଟଲର ।

ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଶ୍ଚିତ ଭାବେ ଆମ ଟିମ୍ ନିରାଶଜନକ ପ୍ରଦର୍ଶନ କରିଛି । ତେବେ ଯେତେବେଳେ ଟିମ ଖରାପ ପ୍ରଦର୍ଶନ କରେ, ସେତେବେଳେ ସବୁକିଛି ଠିକ୍ କରିବାକୁ ସମୟ ଲାଗିଥାଏ । ଆଉ ଆମେ ନିଶ୍ଚିତ ଭାବେ କଠିନ ପରିଶ୍ରମ କରିବୁ ବୋଲି କହିଛନ୍ତି ଜୋସ୍ ବଟଲର ।

ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ହାରିବା ପରେ ବିଶ୍ୱକପ୍ ସେମିଫାଇନାଲ ରେସରୁ ଆଉଟ୍ ହେଇଯାଇଛି ଇଂଲଣ୍ଡ । ଏବେ ଇଂଲଣ୍ଡ ଟିମ ପଏଣ୍ଟ ଟେବୁଲର ସବୁଠୁ ଶେଷରେ ରହିଥିବାବେଳେ, ମାତ୍ର ଗୋଟିଏ ମ୍ୟାଚ୍ ଜିତିପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking