28.1 C
Bhubaneswar
Thursday, May 2, 2024
HomeUncategorizedକେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ପ୍ରତିବାଦ ଦିବସ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବିପତ୍ର ପ୍ରଦାନ

କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ପ୍ରତିବାଦ ଦିବସ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବିପତ୍ର ପ୍ରଦାନ

ବଲାଙ୍ଗିର,- ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ସ୍ଥିତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃତ୍ୱ ଓ କର୍ମକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି, ଜନ ବିରୋଧି ନୀତି ବିରୁଦ୍ଧରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଅଶ୍ରୁ ବଲାଙ୍ଗିର ଶାଖାର ଜିଲ୍ଲା ସଂପାଦକ ସୁରୁଲାଲ ମଟାରୀଙ୍କ ଆବାହକତ୍ୱରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ଏଆଇଟିୟୁସି, ସିଆଇଟିୟୁ, ଆଏନ୍‌ଟିୟୁସି, ଏଆଇଟିୟୁ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାଙ୍କ ବୀମା ସ୍ୱାଧିନ ଫେଡେରେସନର କର୍ମକର୍ତ୍ତାମାନେ ସରକାରଙ୍କ ବିରୁଦ୍ଧରେ ସମବେତ ହୋଇ ପ୍ରତିବାଦ କରିଛନ୍ତି ଦାବି ଗୁଡିକ ହେଲା ସମସ୍ତଙ୍କୁ ବିନା ମୁଲ୍ୟରେ ସ୍ୱାସ୍ଥ୍ୟସେବା ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ କରିବା ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦କେଜି ଲେଖାଏଁ ଚାଉଳ ପ୍ରଦାନ କରିବା । କର ପ୍ରଦାନ କରୁନଥିବା ପରିବାରଙ୍କୁ ୭୫୦୦ ଟଙ୍କା ଲେଖାଏଁ ଆଗାମୀ ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା । ନରେଗା ଶ୍ରମିକଙ୍କୁ ୨୦୦ ଦିନର କାମ ଯୋଗାଇ ଦେବା, ଖାଉଟି ସୁରକ୍ଷା ନୀତିର ଲୋକଙ୍କ ହିତରେ ପୁର୍ନନିର୍ଦ୍ଧାରଣ କରିବା, ସମସ୍ତଙ୍କ ପାଇଁ ୬ ଘଣ୍ଟା କାମ ପୁନଃ ନିର୍ଦ୍ଧାରଣ କରିବା, ସର୍ବନିମ୍ନ ଦରକାର ୨୧ହଜାର ଟଙ୍କା, ଚାକିରି ର ସୁରକ୍ଷା ପ୍ରଦାନ କରିବା, ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା ତଥା ଲାଭ ଜନକ ସଂସ୍ଥାମାନଙ୍କର ଏଫ୍‌ଡିଆଇ ପ୍ରତ୍ୟାହାର କରିବା, ଔଷଧ ଦରଦାମକୁ ନିୟନ୍ତ୍ରଣ କରିବା ତଥା ମେଡିକାଲ ଯନ୍ତ୍ରପାତି ଉପରେ ଉତ୍ପାଦନ ଖର୍ଚ୍ଚ କୁ ନେଇ ଦର ନିୟନ୍ତ୍ରଣ କରିବା ଏବଂ ନିଯୁକ୍ତିଦାତା ତଥା ଫାର୍ମା କଂପାନୀ ମାଲିକଙ୍କ ବେଆଇନ କାର୍ଯ୍ୟକଳାପ ତଥା ସର୍ତ୍ତରେ ଅଙ୍କୁଶ ଲଗାଇବା ତଥା ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ।

ଏ ସବୁ ଦାବିମାନଙ୍କୁ ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନରାୟଣ ସିଂ ଲାଗୁରିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ସମୟରେ ଓଡିଶା ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ କର୍ମଚାରୀ ସଂଘ ତଥା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲଇଜ ଏସୋସିଏସନର ସାଧାରଣ ସଂପାଦକ ପୁଲିନ ମିଶ୍ର, ଅଶ୍ରୁର ରାଜ୍ୟ ଉପସଭାପତି ତଥା ସିଆଇଟିୟୁ ସଭ୍ୟ ଅନିରୁଦ୍ଧ ମହାପାତ୍ର, ଅଶ୍ରୁ ଜିଲ୍ଲା ସଂପାଦକ ସୁରୁଲାଲ ମଟାରୀ, ଆଇଏନ୍‌ଟିୟୁସି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଏଆଇଟିୟୁସି ସଂପାଦକ ଦେବାଶିଷ ବାବୁ,ଶ୍ରମିକ ନେତା ଦେବାଶିଷ ମିଶ୍ର, ସିଆଇଟିୟୁ ତଥା ହିରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ସଭାପତି ପବିତ୍ର ଖୁଣ୍ଟିଆ, ସମ୍ବିତ କୁମାର ପଣ୍ଡା, ଆଇଏନ୍‌ଟିୟୁସିର ଦେଓଗାଁ ବ୍ଲକ ସଭାପତି ପୁରନ୍ଦର ଭୋଇ, ରାଧାକାନ୍ତ ଭୋଇ, ବାପୁନି କୁମାର ସାହୁ, ଆକାଶ ମିଶ୍ର, ଅମର ମିଶ୍ର, ଲୋପନ ମିଶ୍ର, ଭାଗିରଥି ପଣ୍ଡା ଏବଂ ବାସୁଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking