30.1 C
Bhubaneswar
Friday, April 26, 2024
Homeକରୋନାକେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ : ୫ ବର୍ଷରୁ କମ ବୟସ୍କ ଶିଶୁଙ୍କୁ ମାସ୍କ୍ ମନା

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ : ୫ ବର୍ଷରୁ କମ ବୟସ୍କ ଶିଶୁଙ୍କୁ ମାସ୍କ୍ ମନା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ୍ ସମ୍ପର୍କିତ ସାନି ଗାଇଡ୍‌ଲାଇନ ଜାରି କରାଯାଇଛି । ତଦନୁଯାୟୀ ୫ ବର୍ଷ କିମ୍ବା କମ ବୟସର ଶିଶୁଙ୍କ ପାଇଁ ମାସ୍କ୍ ବ୍ୟବହାରକୁ ବାରଣ କରାଯାଇଛି । ୬ରୁ ୧୧ ବର୍ଷର ଶିଶୁ ମାସ୍କ୍ ପିନ୍ଧିପାରିବେ, ତେବେ ସେମାନେ ଯେପରି ସଠିକ୍‌ଭାବେ ମାସ୍କ୍ ପିନ୍ଧିବେ, ତାହା ପିତାମାତାଙ୍କ ଦାୟିତ୍ୱ ବୋଲି କୁହାଯାଇଛି ।

୧୮ ବର୍ଷରୁ କମ କୋଭିଡ୍ ସଂକ୍ରମିତଙ୍କ ପାଇଁ ମୋନୋକ୍ଲୋନାଲ ଆଣ୍ଟିଭାଇରାଲ ଔଷଧର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ସାମାନ୍ୟ ଲକ୍ଷଣ ଥିବା କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଷ୍ଟେରଏଡ୍ ବ୍ୟବହାରକୁ ମନା କରାଯାଇଛି । ତେବେ ଆବଶ୍ୟକ ପଡିଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଷ୍ଟେରଏଡ୍ ସେବନ କରିହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking