34.1 C
Bhubaneswar
Thursday, April 25, 2024
Homeଖେଳସୟଦ୍ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ : ସେମିଫାଇନାଲ୍‌ରେ ସିନ୍ଧୁ, ପ୍ରଣୟ ବାଦ୍‌

ସୟଦ୍ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ : ସେମିଫାଇନାଲ୍‌ରେ ସିନ୍ଧୁ, ପ୍ରଣୟ ବାଦ୍‌

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ ସୟଦ୍ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ରୋମାଞ୍ଚକର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଟପ୍ ସିଡ୍ ସିନ୍ଧୁ ଥାଇଲାଣ୍ଡର ସୁପନିଦା କତେଥୋଙ୍ଗ୍‌ଙ୍କୁ ୧୧-୨୧, ୨୧-୧୨, ୨୧-୧୭ରେ ହରାଇ ଦେଇଛନ୍ତି । ଏହି ତିନି ଗେମ୍ ବିଶିଷ୍ଠ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ଟି ୬୫ ମିନିଟ୍ ଚାଲିଥିଲା । ମ୍ୟାଚ୍‌ର ପ୍ରଥମ ଗେମ୍‌ରେ ସିନ୍ଧୁ ୧୧-୨୧ରେ ପରାଜିତ ହୋଇଥିବା ବେଳେ ପରବର୍ତ୍ତୀ ଦୁଇଟି ଗେମ୍‌ରେ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିବା ସହ ବିଜୟୀ ହୋଇ ସିନ୍ଧୁ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ ।

ସେମିଫାଇନାଲ୍‌ରେ ଶନିବାର ସିନ୍ଧୁ ରୁଷିଆର ପଞ୍ଚମ ସିଡ୍ ଏଭଗେନିଆ କୋସେଟ୍‌ସକାୟାଙ୍କୁ ଭେଟିବେ । ଏହି ବିଜୟ ସହିତ ସିନ୍ଧୁ ଇଣ୍ଡିଆ ଓପନ୍ ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ମଧ୍ୟ ନେଇଛନ୍ତି । ନିକଟରେ ଶେଷ ହୋଇଥିବା ଇଣ୍ଡିଆ ଓପନ୍ ସେମିରେ କତେଥୋଙ୍ଗ୍ ୨୧-୧୪,୧୩-୨୧, ୨୧-୧୦ରେ ହରାଇଥିଲେ । ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଏଚ୍‌ଏସ୍ ପ୍ରଣୟ ପରାଜିତ ହୋଇ ଟୁର୍ଣ୍ଣମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି । ଶୁକ୍ରବାର ଖେଳାଯାଇଥିବା ୫୯ ମିନିଟ୍‌ର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଫ୍ରାନ୍ସର ଅର୍ନାଡ୍ ମର୍କଲ୍ ୨୧-୧୯, ୨୧-୧୬ରେ ପ୍ରଣୟଙ୍କୁ ହରାଇ ଦେଇଛନ୍ତି । ତେବେ ଅନତମ ଭାରତୀୟ ଖେଳାଳି ମିଥୁନ ମଞ୍ଜୁନାଥ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସେ କ୍ୱାର୍ଟର୍ ଫାଇନାଲ୍‌ରେ ରୁଷିଆର ସର୍ଗେ ସିରାନ୍ତଙ୍କୁ ୧୧-୨୧, ୨୧-୧୨, ୨୧-୧୮ରେ ହରାଇ ଅନ୍ତିମ ୪ରେ ସ୍ଥାନ ପକ୍କା କରିଛନ୍ତି । ସେମିଫାଇନାଲ୍‌ରେ ମଞ୍ଜୁନାଥଙ୍କ ମୁକାବିଲା ମର୍କଲ୍‌ଙ୍କ ସହ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking