40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତୀଙ୍କ ଘରେ ସିବିଆଇ ରେଡ୍‌, ୯ ସ୍ଥାନରେ ଏକାସାଙ୍ଗରେ ଚଢ଼ଉ

ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତୀଙ୍କ ଘରେ ସିବିଆଇ ରେଡ୍‌, ୯ ସ୍ଥାନରେ ଏକାସାଙ୍ଗରେ ଚଢ଼ଉ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତୀ ଚିତାମ୍ବରମ୍‌ଙ୍କ ଘରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି । ଚିଦାମ୍ବରମ୍‌ଙ୍କ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ତାମିଲନାଡ଼ୁସ୍ଥିତ ଅଫିସ୍ ସମେତ ମୋଟ୍ ୯ ଟି ସ୍ଥାନରେ ସିବିଆଇ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । କାର୍ତ୍ତୀ ବେଆଇନ ବିଦେଶୀ ପୁଞ୍ଜି ନିବେଶ କରିଥିବା ଅଭିଯୋଗ ପରେ ସିବିଆଇ ପକ୍ଷରୁ ଏହି ରେଡ୍ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ କାର୍ତ୍ତୀ  ତଲୱଣ୍ଡି ସାବୋ ପାୱାର ଲିଃ ପ୍ରୋଜେକ୍ଟ ପାଇଁ ଚୀନ୍ ଶ୍ରମିକମାନଙ୍କ ଠାରୁ ଲାଞ୍ଚ ନେଇଛନ୍ତି । ଚୀନ୍ ଶ୍ରମିକମାନଙ୍କୁ ଭିସା ପ୍ରଦାନ କରିବା ପାଇଁ ସେମାନଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ।
ଚଢ଼ଉ ପରେ କାର୍ତ୍ତୀ ଚିଦାମ୍ବରମ୍ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ୨୦୧୦-୧୪ ମଧ୍ୟରେ ସିବିଆଇ ଯେତେଥର ରେଡ୍ କରିଛି ତାହାର ଏକ ରେକର୍ଡ ହେବା ଆବଶ୍ୟକ । କେତେଥର ରେଡ୍ ହେଲାଣି ତା’ର ଗଣନା ମୁଁ ଭୁଲିଗଲିଣି । ୨୦୧୦-୧୪ ମଧ୍ୟରେ ହୋଇଥିବା ରେଡ୍‌କୁ ଭିତ୍ତି କରି ଆଜି ପୁଣିଥରେ ଚଢ଼ଉ କରାଯାଇଥିବା ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ସିବିଆଇ ପକ୍ଷରୁ ତାମିଲନାଡ଼ୁରେ ତିନି, ମୁମ୍ବାଇରେ ତିନି, କର୍ଣ୍ଣାଟକରେ ଗୋଟିଏ, ପଞ୍ଜାବରେ ଗୋଟିଏ ଏବଂ ଓଡ଼ିଶାର ଗୋଟିଏ ଜାଗାରେ ଏକ କାଳୀନ ରେଡ୍ କରିଛି । ଦିଲ୍ଲୀ ସ୍ଥିତ ବାସଭବନରେ ଗେଟ୍ ବନ୍ଦ ଥିବା କାରଣରୁ ସିବିଆଇ ଅଧିକାରୀମାନେ ଗେଟ୍ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ । ମନି ଲଣ୍ଡ୍ରିଂ ସହିତ ଜଡ଼ିତ ଏହି ମାମଲା ୨୦୦୭ରୁ ହୋଇ ଆସିଥିବା ବେଳେ ଆଇଏନ୍‌ଏକ୍ସ ମିଡିଆ କମ୍ପାନୀ ସହ ଏହାର ସାମଞ୍ଜସ୍ୟ ରହିଛି । ଏହାର ନିର୍ଦ୍ଦେଶକ ସିନା ବୋରା ହତ୍ୟାକାଣ୍ଡରେ ଜଡ଼ିତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ୱାମୀ ପିଟର୍ ମୁଖାର୍ଜୀ ରହିଛନ୍ତି । ପି ଚିଦାମ୍ବରମ୍ ସେହି ସମୟରେ ଅର୍ଥମନ୍ତ୍ରୀ ଥିବା ସମୟରେ ସିନା ବୋରା ହତ୍ୟା କାଣ୍ଡରେ ଜଡ଼ିତ ସମ୍ପୃକ୍ତ ଦମ୍ପତିଙ୍କୁ ଏଫ୍‌ଆଇପିବିରୁ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ମଞ୍ଜୁର କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking