40.8 C
Bhubaneswar
Tuesday, April 14, 2026
Homeଦେଶ ବିଦେଶକେଜ୍ରିୱାଲଙ୍କୁ ଗିରଫ କଲା ସିବିଆଇ

କେଜ୍ରିୱାଲଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରୁ ଗିରଫ କରିଛି ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ପୂର୍ବରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ମାମଲାରେ ନିକଟରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ସ୍ଥଗିତ ରହିଥିବା ବେଳେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି। ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିନେଇଛି ସିବିଆଇ। ତେବେ ଏପରିସ୍ଥିତିରେ ସୁପ୍ରିମକୋର୍ଟ ଯଦି କେଜ୍ରିୱାଲଙ୍କୁ ଜାମିନ ଦିଅନ୍ତି, ତଥାପି ସେ ଜେଲରେ ରହିବେ। ଆସନ୍ତାକାଲି କେଜ୍ରିୱାଲଙ୍କୁ ସମ୍ବନ୍ଧିତ ଟ୍ରାୟଲ କୋର୍ଟରେ ହାଜର କରିବା ନେଇ ଅନୁମତି ମିଳିଯାଇଛି । ତେଣୁ ଆସନ୍ତାକାଲି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ତିହାର ଜେଲରେ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା । ଏହାପରେ କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା । ତାଙ୍କର ବୟାନ ରେକର୍ଡ କରାଯାଇଛି । କୋର୍ଟରେ ହାଜର କରାଯିବା ପରେ ସିବିଆଇ କେଜ୍ରିୱାଲଙ୍କର କଷ୍ଟଡି ପାଇଁ ଆବେଦନ କରିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking