26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକ୍ୟାପ୍‌ଟେନ୍ ଅମ୍ରିନ୍ଦର ସିଂହ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ!

କ୍ୟାପ୍‌ଟେନ୍ ଅମ୍ରିନ୍ଦର ସିଂହ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ!

ନୂଆଦିଲ୍ଲୀ : ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମ୍ରିନ୍ଦର ସିଂହ ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ କେନ୍ଦ୍ର ଶାସନ କ୍ଷମତାରେ ଥିବା ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାଯାଇଛି । ପଞ୍ଜାବ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ କଂଗ୍ରେସରୁ ଅଲଗା ହୋଇ ନିଜର ନୂଆ ଦଳ ଗଠନ କରିଥିବା କ୍ୟାପ୍‌ଟେନ୍‌ଙ୍କ ନାମକୁ ନେଇ ଏନ୍‌ଡିଏରେ ସହମତି ପ୍ରକାଶ ପାଇଥିବା କୁହାଯାଉଛି । ଏହା ବ୍ୟତୀତ କ୍ୟାପ୍‌ଟେନ୍ ସିଂହ ନିଜ ଦଳ ‘ପଞ୍ଜାବ ଲୋକ କଂଗ୍ରେସ’କୁ ବିଜେପିରେ ବିଲୟ କରିବେ ବୋଲି ମଧ୍ୟ କୁହାଯାଉଛି । ପାର୍ଟି ବିଲୟ ପରେ ତାଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ ଘୋଷଣା କରାଯିବ ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସମ୍ବନ୍ଧ ରହିଥିଲା । ଏବେ ସେ ଲଣ୍ଡନରେ ଚିକିତ୍ସାଧୀନ ଅଛନ୍ତି । ସେଠାରେ ତାଙ୍କର ସର୍ଜରୀ ହୋଇଛି । ସର୍ଜରୀ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ କଥା ହୋଇଥିଲେ । ସେ ଚଳିତମାସ ଦ୍ୱିତୀୟ ସପ୍ତାହରେ ଭାରତ ଫେରିବେ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ କାର୍ଯ୍ୟକାଳ ଅଗଷ୍ଟ ୧୧ ତାରିଖରେ ଶେଷ ହେଉଛି । ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଏଥିପାଇଁ ଜୁଲାଇ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ଜୁଲାଇ ୧୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଅଗଷ୍ଟ ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେହିଦିନ ମଧ୍ୟ ଭୋଟ୍ ଗଣତି ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking