ଯାଜପୁର: ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ବସ୍ ଷ୍ଟାଣ୍ଡ ଠାରେ ଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତୀଙ୍କ ନିକଟରେ ୩୧ତମ ବଳିଦାନ ଦିବସଅନୁଷ୍ଠିତ ହୋଇ ଥିଲା. ବ୍ୟାସନଗର କଂଗ୍ରେସ କମିଟିର ସଭାପତି ଦୀଲ୍ଲିପ୍ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡା, ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, କଂଗ୍ରେସ କମିଟିର ସଂପାଦକ ପ୍ରଭାତ ମହାପାତ୍ର, ସନ୍ତୋଷ କୁମାର ମହାନ୍ତି, ରାଜକିଶୋର ପ୍ରଧାନ, କାଉନସିଲର ଅରୁନ୍ଧତି ପରିଡା, ରବିନ୍ଦ୍ର କୁମାର ରାଉତ, ଭରତ ଓଝା, ଶ୍ରମିକନେତା ପଦ୍ମନାଭ ନାୟକ, ଉମାକାନ୍ତ ମହାନ୍ତି, ଟୁଟୁ ଜେନା, ପ୍ରମୁଖ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ଭାରତବର୍ଷର ଏକତା, ଅଖଣ୍ଡତା ଓ ସାର୍ବଭୌମ୍ୟତାକୁ ସୁରକ୍ଷିତ କରିବା ସହିତ ବ୍ୟାପକ ଶିଳ୍ପାୟନ, କମ୍ପ୍ୟୁଟର ଶିକ୍ଷାର ପ୍ରଚଳନ, ୧୮ ବର୍ଷରେ ଭୋଟ ଅଧିକାର ସହିତ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା ଭଳି ଅନେକ ପ୍ରଶଂସନୀୟ କାର୍ୟ୍ୟ କୁ ବକ୍ତାମାନେ ଆଲୋଚନା କରିଥିଲେ । ବ୍ୟାସନଗର ପୌର ପରିଷଦ ପକ୍ଷରୁ ଆଜିର ଏହି ମହାନ୍ ବ୍ୟକ୍ତିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦିଆ ଯାଇ ନଥିଲା । ଅଞ୍ଚଳ କୂ ସଫାସୁତରା ନକରିବା ଘଟଣାକୁ କଂଗ୍ରେସ କମିଟି ପକ୍ଷରୁ ରୁ ତ୍ରୀବ୍ର ସମାଲୋଚନା କରାଯାଇଥିଲା । ପୌରପରିଷଦର ପୂଜା ପ୍ରତି ଅବମାନନା ବୋଲି ବ୍ୟକ୍ତା ମନେ ଦୃଢ଼ ନିନ୍ଦା କରି ଥିଲେ । ସଭାର ପ୍ରାରମ୍ଭରେ ଦେଶାତ୍ମକ ଗୀତ ଗାନ ସହିତ ସ୍ୱର୍ଗତ ରାଜୀବି ଗାନ୍ଧୀ ପ୍ରତିମୂର୍ତିରେ କଂଗ୍ରେସ କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା ।