34.1 C
Bhubaneswar
Thursday, May 9, 2024
Homeସୀତା ବିବାହମାତ୍ର ୬ ବର୍ଷ ବୟସରେ ଶ୍ରୀରାମଙ୍କୁ ବିବାହ କରିଥିଲେ ଦେବୀ ସୀତା, ଜାଣନ୍ତୁ ଜାନକୀଙ୍କ ବିଷୟରେ...

ମାତ୍ର ୬ ବର୍ଷ ବୟସରେ ଶ୍ରୀରାମଙ୍କୁ ବିବାହ କରିଥିଲେ ଦେବୀ ସୀତା, ଜାଣନ୍ତୁ ଜାନକୀଙ୍କ ବିଷୟରେ ୭ଟି ଅଜଣା କଥା

ବ୍ୟୁରୋ : ଜନକ ନନ୍ଦିନୀ ତଥା ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପତ୍ନୀ ଦେବୀ ସୀତାଙ୍କ ଗଣତି ସତୀମାନଙ୍କ ମଧ୍ୟରେ ହୋଇଥାଏ। ବାଲ୍ମିକୀ ରାମାୟଣ ଓ ତୁଳସୀ ରାମାୟଣରେ ସୀତାଙ୍କ ବିଷୟରେ ଭିନ୍ନ ଭିନ୍ନ କଥା ବର୍ଣ୍ଣନା କରାଯାଇଛି। ସୀତାଙ୍କ ଜନ୍ମ, ବିବାହ, ବନବାସ, ହରଣ ଆଦି ସମ୍ପର୍କରେ ପୁରାଣରେ ବିଭିନ୍ନ କଥା ଉଲ୍ଲେଖ ହୋଇଛି। ଆସନ୍ତୁ ଜାଣିବା ଦେବୀ ସୀତାଙ୍କ ଜୀବନ ବିଷୟରେ…
ବାଲ୍ମିକୀ ରାମାୟଣରେ ସୀତାଙ୍କ ସ୍ୱୟଂମ୍ବର କଥା ଉଲ୍ଲେଖ ନାହିଁ:
ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସରେ ସୀତାଙ୍କ ବିଷୟରେ ମୋଟ ୧୪୭ ଥର ଉଲ୍ଲେଖ କରାଯାଇଛି। ସେଥିରେ ସୀତାଙ୍କ ସ୍ୱୟଂମ୍ବର କଥା ମଧ୍ୟ ରହିଛି। କିନ୍ତୁ ବାଲ୍ମିକୀ ରାମାୟଣରେ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ତୁଳସୀଦାସଙ୍କ ରାମଚରିତ ମାନସ ଅନୁସାରେ ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ରାମ-ସୀତାଙ୍କ ବିବାହ ହୋଇଥିଲା।
ବାଲ୍ୟବିବାହ କରିଥିଲେ ସୀତା:
ବାଲ୍କିକୀ ରାମାୟଣରେ ସୀତାଙ୍କ ବିବାହ ସମ୍ପର୍କରେ ଭିନ୍ନ ସୂଚନା ମିଳେ। ରାମାୟଣରେ କୁହାଯାଇଛି ଯେ ଦେବୀ ସୀତାଙ୍କ ବାଲ୍ୟ ବିବାହ ହୋଇଥିଲା। ମାତ୍ର ୬ ବର୍ଷ ବୟସରେ ବିବାହ କରିଥିଲେ ମାତା ସୀତା।

ଏହି ବୟସରେ ବନଗମନ କରିଥିଲେ ସୀତା:
ମାତ୍ର ୧୮ ବର୍ଷ ବୟସରେ ସୀତା ବନଗମନ କରିଥିଲେ। ବିବାହ ପରେ ସୀତା କେବେ ବି ନିଜ ଘର ଜନକପୁରୀ ଗମନ କରିନଥିଲେ। ମାତ୍ର ବନବାସ ପୂର୍ବରୁ ଜନକ ସୀତାଙ୍କୁ ଜନକ ପୁର ଯିବାକୁ କହିଥିଲେ ମଧ୍ୟ ସେ ମନା କରିଦେଇଥିଲେ।
ସୀତା ହରଣକୁ ନେଇ ନାନା କଥା ଶୁଣିବାକୁ ମିଳେ:
ସୀତା ସ୍ୱୟଂମ୍ବର ଭଳି ସୀତା ହରଣ ବିଷୟରେ ମଧ୍ୟ ବିଭିନ୍ନ କଥା ଉଲ୍ଲେଖ ରହିଛି। ବାଲ୍ମିକୀ ରାମାୟଣ ମୁତାବକ ସୀତାଙ୍କ ହରଣ ଦିବ୍ୟ ସ୍ୱର୍ଣ୍ଣ ରଥରେ ହୋଇଥିଲା। କିନ୍ତୁ ରାମଚରିତ ଅନୁସାରେ ସୀତାଙ୍କ ହରଣ ପୁଷ୍ପକ ବିମାନରେ ହୋଇଥିବା ଦର୍ଶାଯାଇଛି।
ଲଙ୍କାରେ ମୋଟ ୪୩୫ ଦିନ ରହିଥିଲେ ସୀତା:
ଦେବୀ ସୀତା ଲଙ୍କାରେ ମୋଟ ୪୩୫ ଦିନ ରହିଥିଲେ। ସେ ଲଙ୍କାରୁ ଫେରିବା ବେଳକୁ ତାଙ୍କୁ ୩୩ ବର୍ଷ ହୋଇଥିଲା। ଆଉ ଏକ ପୁରାଣ ମୁତାବକ ରାବଣ ନିକଟରେ ସୀତା ନୁହେଁ ବରଂ ତାଙ୍କ ପ୍ରତିଛାୟା ରହିଥିଲା। ଏହି ସମୟରେ ତାଙ୍କ ପ୍ରକୃତ ରୂପ ଅଗ୍ନିଦେବଙ୍କ ନିକଟରେ ରହିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking