29.1 C
Bhubaneswar
Thursday, April 24, 2025
Homeଓଡିଶାଅଭିବୃଦ୍ଧି ବିହୀନ ତଥା କର୍ପୋରେଟ୍ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ ବଜେଟ୍ : ସି.ପି.ଆଇ.(ଏମ୍‌)

ଅଭିବୃଦ୍ଧି ବିହୀନ ତଥା କର୍ପୋରେଟ୍ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ ବଜେଟ୍ : ସି.ପି.ଆଇ.(ଏମ୍‌)

ଭୁବନେଶ୍ୱର : ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟ୍‌ରେ ନବ୍ୟ ଉଦାରବାଦୀ ଆର୍ଥୀକନୀତି ଯାହାକି ଦେଶୀବିଦେଶୀକର୍ପୋରେଟ୍ ପୁଞ୍ଜିକୁପ୍ରୋତ୍ସାହନ ଓ ମୁନାଫା ଦେବା ପାଇଁଉଦ୍ଦିଷ୍ଟ, ତାହାଛତ୍ରେଛତ୍ରେ ପ୍ରତିଫଳିତ । ଦେଶ ସମ୍ମୁଖିନ ହୋଇଥିବାବିଭିନ୍ନସମସ୍ୟା ଯଥା- ବେକାରୀ, ଦରବୃଦ୍ଧି, ଆର୍ଥୀକ ଅସମତା, ବର୍ହିବାଣିଜ୍ୟକ୍ଷେତ୍ରରେ ନିଅଣ୍ଟିଆ ପରିସ୍ଥିତିକୁମୁକାବିଲାକରିବା ପାଇଁବଜେଟ୍‌ରେକୌଣସିବ୍ୟବସ୍ଥା ନାହିଁ । କେନ୍ଦ୍ରସରକାରଙ୍କବଜେଟ୍ ଆଉ ଏକ ନିର୍ବାଚନୀଇସ୍ତାହାରଭଳିମନେ ହେଉଛି । ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧିକୁରୋକିବା ପାଇଁପେଟ୍ରୋଲ୍‌, ଡ଼ିଜେଲକୁଜି.ଏସ୍‌.ଟି. ପରିସରଭୁକ୍ତକରିବାକୁସରକାରଏଡ଼ାଇ ଯାଇଛନ୍ତି । ଠିକ୍‌ସେହିପରିସ୍ୱାସ୍ଥ୍ୟବୀମାଉପରୁସଂପୂର୍ଣ୍ଣଜି.ଏସ୍‌.ଟି. ପ୍ରତ୍ୟାହାର ଦାବିକୁସରକାରଗ୍ରହଣକରିନାହାଁନ୍ତି । ଦେଶକୁ ଆତ୍ମନିର୍ଭରଶୀଳକରିବାରସ୍ଲୋଗାନ୍ ଦେଇ ବୀମାକ୍ଷେତ୍ରରେ ୧୦୦% ବିଦେଶୀ ପୁଞ୍ଜିବିନିଯୋଗ ପାଇଁ ଅନୁମତି ଦେବାରାଷ୍ଟ୍ରାୟତ୍ତ ବୀମାକମ୍ପାନୀକୁ ଓ ଆମର ଆତ୍ମନିର୍ଭରଶୀଳଅର୍ଥନୀତି ପ୍ରତିକ୍ଷତି ପହଞ୍ଚାଇବ । ଆନ୍ତର୍ଜାତୀୟବିତ୍ତିୟ ପୁଞ୍ଜି ଚାପରେସରକାରଏହାକରିଛନ୍ତି । ବେକାରମାନଙ୍କ ନିଯୁକ୍ତିକ୍ଷେତ୍ରରେସରକାରହାତଟେକି ଦେଇଛନ୍ତି ।

ଦେଶରକେତୋଟିବୃହତ୍ ପୁଞ୍ଜିପତି ପରିବାର ଓ ସାଧାରଣଲୋକଙ୍କମଧ୍ୟରେ ଆୟରେଯେଉଁବିରାଟ ପାର୍ଥକ୍ୟରହିଛିତାହାକୁହ୍ରାସକରିବାପାଇଁକୌଣସି ପଦକ୍ଷେପ ନାହିଁ । ଆତ୍ମନିର୍ଭରଶୀଳ ଅର୍ଥନୀତିଗଢ଼ିତୋଳିବା କଥା କେବଳସ୍ଲୋଗାନ୍‌ରେରହିଯାଇଛି । ମଧ୍ୟବିତ୍ତ ବର୍ଗଙ୍କୁଯେଉଁ ଆୟକରରିହାତି ଦିଆଯାଇଛିତାକୁଅତିବଢ଼େଇକରିଦେଖାଇଛନ୍ତି । ଯେଉଁଭଳି ଦରବୃଦ୍ଧିଜିନିଷ ପତ୍ରରବଢୁଛିସେ ଦୃଷ୍ଟିରୁ ଆୟକରଛାଡ଼ ଅତିକମ୍ । ଆମ ଦେଶର ଦୈନିକକୋଟିକୋଟିଟଙ୍କାମୁନାଫାକରୁଥିବାବୃହତ୍ ପୁଞ୍ଜିପତି ୨୨% ଟିକସ ଦେଉଥିବାବେଳେବାର୍ଷିକ ୨୪ ଲକ୍ଷରୁ ଅଧିକ ଆୟକରୁଥିବାବ୍ୟକ୍ତିବିଶେଷ ୩୩% ଟିକସ ଦେବାକେତେ ଦୂରସମୀଚିନ ? ଏହାଛଡ଼ାକୃଷି, ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ରରେବଜେଟ୍‌ବ୍ୟୟକମ୍ ଅଟେ । ଚାଷୀମାନଙ୍କଋଣଛାଡ଼ଏବଂ ଏମ୍‌.ଏସ୍‌.ପି. ପ୍ରଦାନ ପାଇଁବ୍ୟବସ୍ଥା ନାହିଁ । ଜନଗଣଙ୍କ ଚାହିଦା ବୃଦ୍ଧି ପାଇଁକୌଣସି ପଦକ୍ଷେପ ନାହିଁ । ଏହିବଜେଟ୍ ଏକ ସଂକୁଚିତବଜେଟ୍ । ଏହା ନିଯୁକ୍ତିବୃଦ୍ଧିକରିବନାହିଁ ।

କେନ୍ଦ୍ରସରକାରବିହାର ପାଇଁରାଜନୈତିକକାରଣରୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦେଇଥିବାଜଳଜଳ ଦେଖାଯାଉଛି । କିନ୍ତୁଓଡ଼ିଶାରେବର୍ତ୍ତମାନ ଡ଼ବଲଇଞ୍ଜିନ୍‌ସରକାର ଥିବାବେଳେବହୁବର୍ଷ ଧରିଉପେକ୍ଷିତ ଥିବାଓଡ଼ିଶାଭଳି ପଛୁଆଏବଂ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଧାରାବାହିକଭାବେ ଆକ୍ରାନ୍ତ ଓଡ଼ିଶା ପାଇଁକୌଣସି ପ୍ୟାକେଜ୍ ନାହିଁ । ତେଣୁସାମଗ୍ରୀକଭାବେ ଦେଖିଲେଏହିବଜେଟ୍‌ଜନବିରୋଧି, ମୁଦ୍ରାସ୍ଫିତିକାରୀ ଓ ନିଯୁକ୍ତିରହିତ ଅଟେ । ଆମ ଅର୍ଥନୀତିକୁକର୍ପୋରେଟ୍‌ମାନଙ୍କଲୁଟ୍‌ରଚରାଭୂଇଁରେ ପରିଣତକରିବାକୁଏହିବଜେଟ୍‌ଉଦ୍ଦିଷ୍ଟ । ଏହିଜନବିରୋଧିବଜେଟ୍‌ବିରୁଦ୍ଧରେରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁସି.ପି.ଆଇ.(ଏମ୍‌) ଓଡ଼ିଶାରାଜ୍ୟକମିଟିରାଜ୍ୟବାସୀଙ୍କୁ ଆବେଦନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking