33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକରୋନା ପାଇଁ ଆସିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ

କରୋନା ପାଇଁ ଆସିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କୋରନା ଭାଇରସ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଚଳିତ ମାସରେ ଭାରତ ଆସିବା କାର୍ଯ୍ୟକ୍ରମ ରଦ୍ଦ ହୋଇଛି । ଭାରତରେ ଗଣତନ୍ତ୍ର ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଏଠାରେ ସୂଚନାଯୋଗ୍ୟ, ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ମିଳିବା ପରେ ସେଠାରେ ଲକଡାଉନ ଆରମ୍ଭ ହୋଇଯାଇଛି । ଫଳସ୍ୱରୂପ ସଂକ୍ରମଣ ଉପରେ ରୋକ ଲଗାଯାଇପାରିବ । ନୂଆ ଭାଇରସ ସାମ୍ନାକୁ ଆସିବା ପରେ ଅନେକ ରାଷ୍ଟ୍ର ବିଦେଶ ଯାତ୍ରା ଉପରେ କଟକଣା ଲଗାଇଛନ୍ତି । ଯାତ୍ରା ଉପରେ ଅସ୍ଥାୟୀ ଭାବରେ ପ୍ରତିବନ୍ଧକ ଲଗାଇବା ପରେ ୩୦ରୁ ଅଧିକ ଦେଶରେ ମ୍ୟୁଟେଣ୍ଟ ବର୍ଜନ ଦ୍ୱାରା ସଂକ୍ରମଣ ହେଉଛି । ଭାରତରେ ଏହିଭଳି ୫୮ ମାମଲା ମଧ୍ୟ ସାମ୍ନାକୁ ଆସିଛି । ତେବେ ଏମାନେ ସମସ୍ତେ ବ୍ରିଟେନରୁ ନିହାତି ଆସିଥାଇପାରନ୍ତି କିମ୍ବା ବ୍ରିଟେନ ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି ବୋଲି ଆଶଙ୍କା କରାଯାଇଛି । ରିପୋର୍ଟ ଅନୁଯାୟୀ, ବ୍ରିଟେନ ପ୍ରଧାନମନ୍ତ୍ରୀ ଆଜି ସକାଳେ ନରେନ୍ଦ୍ର ମୋଦିଙ୍କ ସହିତ କଥା ହୋଇଥିଲେ ଓ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଚଳିତ ମାସରେ ସେ ଭାରତ ଆସିବାର ଥିଲା । ମାତ୍ର ଏହା ରଦ୍ଦ ହେବା ନେଇ ଦୁଃଖପ୍ରକାଶ କରିଥିଲେ ବୋରିସ । ଗଣତନ୍ତ୍ର ଦିବସ ଅବସରରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଥିଲା ଭାରତ, ଯାହାକୁ ବୋରିସ ସ୍ୱୀକାର ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking