37.1 C
Bhubaneswar
Saturday, May 18, 2024
Homeଓଡିଶାବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ । ବଡ଼ ମେଡିକାଲ ଏମ୍‌କେସିଜି ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀଙ୍କୁ ଡ଼ାକିଲେ ଅଧୀକ୍ଷକ । ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ ବାହାରକୁ ଚାଲି ଆସିଲେ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ବି ଅସ୍ପଷ୍ଟ । ଧୂଆଁ ବାହାରିବା ଦେଖି ରୋଗୀମାନେ ଦୌଡ଼ି ବାହାରକୁ ପଳେଇ ଆସିଥିଲେ । ବହୁ ସଂଖ୍ୟାରେ ରୋଗୀ ଜୀବନ ବିକଳରେ ରୋଗୀ ଓ ତାଙ୍କର ସମ୍ପର୍କୀୟମାନେ ବାହାରକୁ ପଳେଇ ଆସିଛନ୍ତି । ଧୂଆ ବାହାରୁ ଥିାରୁ ସିକ୍ୟୁରିଟି ଗାର୍ଡ ପ୍ରଥମେ ଦେଖିଥିଲେ । ଏମ୍‌କେସିଜି ବଡ଼ ମେଡିକାଲରେ ୫ ମହଲା କୋଠାରେ ଲାଗିଛି ନିଆଁ । ବର୍ତ୍ତମାନ ଅଗ୍ନିଶମ କର୍ମଚାରୀ ଏହି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking