36.1 C
Bhubaneswar
Saturday, May 4, 2024
Homeଓଡିଶାଡକ୍ଟର ହରେ କୃଷ୍ଣ ମହତlପ ଙ୍କ ପୁସ୍ତକ ପୁସ୍ତକ

ଡକ୍ଟର ହରେ କୃଷ୍ଣ ମହତlପ ଙ୍କ ପୁସ୍ତକ ପୁସ୍ତକ

ଯାଜପୁର( ଓଏନଏ): ହରେକୃଷ୍ଣ ମହତାବ ଫାଉଣ୍ଡେସନ ତତ୍ୟବଧାନ ରେ ଡକ୍ଟର ହରେକୃଷ୍ଣ ମହତାବ ଦ୍ୱାରା ଲିଖିତ ପୁସ୍ତକ ଓଡିଶା ଇତିହାସ ର ହିନ୍ଦୀ ଭାଷାରେ ଅନୁବାଦ ପୁସ୍ତକ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭଉନ୍ମୋଚନ ଉଛବ ଅବସରରେ ଯାଜପୁର ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଜାତନ୍ତ୍ର ର ସାମ୍ବାଦିକ ବାଞ୍ଛାନିଧି ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭୂପତି ଭୂଷଣ ମିଶ୍ର ଯୋଗଦେଇ ଡକ୍ଟର ହରେକୃଷ୍ଣ ମହତାବ ଉପରେ ବକ୍ତବ୍ୟ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ ଯୋଗ ଦେଇ ଡକ୍ଟର ହରେକୃଷ୍ଣ ମହତାବ ଙ୍କ ଲିଖିତ ପୁସ୍ତକ କୁ ଶଙ୍କରଲାଲ ପୁରୋହିତ ଙ୍କ ଦ୍ଵାରା ଅନୁବାଦିତ ପୁସ୍ତକ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରୁଥିବା ରୁ ରାଜ୍ୟ ପାଇଁ ଗର୍ବ ର ବିଷୟ ବୋଲି ମତବେକ୍ତ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସାମରିକ ସତା ର କେନ୍ଦ୍ରାପଡା ବିଭାଗ ର ପ୍ରମୁଖ ଅରବିନ୍ଦ ଦାସ ଓ ସମ୍ମାନୀୟ ଅତିଥି ଭାବେ ଯାଜପୁର ଜିଲ୍ଲା ବଜେପି ସାଧାରଣ ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଡକ୍ଟର ମହତାବ ଙ୍କ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ବିଦ୍ୟାଧର Sସାହୁ ଓ କଳ୍ପତରୁ ପଣ୍ଡା ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବଟକୃଷ୍ଣ ମହାପାତ୍ର, ଅଧ୍ୟାପିକା ମାମି ମହାପାତ୍ର, ଅନନ୍ୟ ସାହିତ୍ୟ ସଂସଦ ସନ୍ତୋଷ କୁମାର ନନ୍ଦ, ବିଷ୍ଣୁ ଚରଣ ରାଉତ, ଦ୍ରୁଯୋଧନ ବେହେରା ,ସାମ୍ବାଦିକ ଭରତ ନାୟକ,ସନ୍ତୋଷ ମିଶ୍ର ପରମେଶ୍ୱର ବେହୁରିଆପ୍ରମୁଖ ଯୋଗ ଦେଇ ପୁସ୍ତକ ଉନ୍ମୋଚନ ର ଅବଲୋକନ କରିଥିଲେ।ମିଶ୍ର ଶେଷ ରେ ପ୍ରଜାତନ୍ତ୍ର ର ଯାଜପୁର ପ୍ରତିନିଧି ବିଦ୍ୟାଧର ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking