34.1 C
Bhubaneswar
Saturday, May 18, 2024
Homeଓଡିଶାବିବାହ, ଶୁଦ୍ଧିକ୍ରିୟା ନେଇ କମିଶନରେଟ ପୋଲିସର ଗାଇଡଲାଇନ ଜାରି

ବିବାହ, ଶୁଦ୍ଧିକ୍ରିୟା ନେଇ କମିଶନରେଟ ପୋଲିସର ଗାଇଡଲାଇନ ଜାରି

ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ ପୋଲିସ ଗାଇଡଲାଇନ ଜାରି କରିଛି । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ରହିପାରିବେ ଏବଂ ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ । ବିବାହ ଉତ୍ସବରେ ବର, କନ୍ୟା, ଦୁଇ ପରିବାର, ପୂଜକ, ରୋଷେୟାଙ୍କୁ ମିଶାଇ ୫୦ ଜଣ ରହିପାରିବେ । ଅନ୍ୟାଦେଶ ଯାଏଁ ବିବାହ ପ୍ରୋସେସନ ସଂପୂର୍ଣ୍ଣ ବନ୍ଦ ରହିବ । ୬୫ ବର୍ଷରୁ ଉର୍ଦ୍ଧ୍ୱ, ୧୦ ବର୍ଷରୁ କମ୍‌, ଗର୍ଭବତୀଙ୍କୁ ନ ଆସିବାକୁ ପରାମର୍ଶ ରହିଛି । ଉଭୟ କାର୍ଯ୍ୟ ପାଇଁ ନିକଟ ଥାନାର ଅନୁମତି ଆବଶ୍ୟକ ରହିଛି । ସେହିଭଳି ଉଭୟ କାର୍ଯ୍ୟରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସର୍ବସାଧାରଣ ସ୍ଥାନରେ ଗୁଟକା, ପାନ ଛେପ ପକାଇବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking