ଯାଜପୁର: ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼,ଛାତ୍ରଛାତ୍ରୀ ଭୟଭୀତ, ପୋଲିସର ତଦନ୍ତ ଆରମ୍ଭ । ସୂଚନା ଅନୁଯାୟୀ ଆଜି ଭୋର ୩.୨୦ମିନିଟ ସମୟରେ ପ୍ରଥମେ ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ବାସଭବନ ଆଗରେ ହଠାତ ବୋମା ଫୁଟିବାର ଶବ୍ଦ ଆସିଥିଲା । ଏହା ପରେ ପ୍ରିନ୍ସପାଲ ଅକ୍ଷୟ ତ୍ରିପାଠୀ ଘର ବାହାରକୁ ଆସି ଦେଖିଲା ବେଳକୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ମୟ ହେଇଯାଇଥିଲା । ଏହାପରେ ଶ୍ରୀ ତ୍ରିପାଠୀ ଭୟଭିତ ହେଇ ସାଥି ଅଧ୍ୟାପକଙ୍କୁ ଫୋନ ଯୋଗେ ଡାକି ଥିଲେ । ଏଥିସହିତ କିଛି ସମୟରେ ମହାବିଦ୍ୟାଳୟ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ର ନିବାସ ଆଗରେ ୪ଟି ବୋମ ଫୁଟିଥିଲା । ଏହି ଖବର ପ୍ରିନ୍ସପାଲ ତୁତନ୍ତ ଯାଜପୁର ରୋଡ ପୋଲିସକୁ ସୂଚନା ଦେଇଥିଲେ ।
ସୂଚନା ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଅଫୁଟା ବୋମା ଗୁଡିକୁ ଜବତ କରିଥିଲେ । ଏଥିସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ବୋମା ଗୁଡିକ ପୂଜା ପାର୍ବଣ ରେ ଫୁଟାଯାଉଥିବା ନଡ଼ିଆ ବାଣ ବୋଲି ଜଣାପଡୁଛି । ସେପଟେ ଆସନ୍ତା କାଲି ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ ଥିବାବେଳେ । ଏହାପୂର୍ବରୁ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ଘଟଣାକୁ ନେଇ ଛାତ୍ର ଛାତ୍ରୀ ଭୟଭିତ ଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହାବିଦ୍ୟାଳୟର ପ୍ରିନ୍ସପାଲ ଦାବି କରିଛନ୍ତି ।










