33.1 C
Bhubaneswar
Thursday, April 25, 2024
Homeମନୋରଞ୍ଜନବିଳାସପୂର୍ଣ୍ଣ କାର ଉପହାର ପାଇ ଚର୍ଚ୍ଚାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ

ବିଳାସପୂର୍ଣ୍ଣ କାର ଉପହାର ପାଇ ଚର୍ଚ୍ଚାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ

ମୁମ୍ବାଇ : ଚର୍ଚ୍ଚାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ । ଏଥର ନିଜ ଦମଦାର ଅଭିନୟ କିମ୍ବା ଲୁକ ପାଇଁ ନୁହେଁ ବରଂ ନିଜର ବିଳାସପୂର୍ଣ୍ଣ କାରକୁ ନେଇ ସୋସିଆଲମିଡ଼ିଆରେ ଟ୍ରେଣ୍ଡ କରୁଛି । ତାଙ୍କୁ ଗିଫ୍ଟରେ ମିଳିଛି McLaren GT କାର । କୌଣସି ବି ବଲିଉଡ ଆକ୍ଟରଙ୍କୁ ଗିଫ୍ଟରେ କାର ମିଳିବା କିଛି ବଡ କଥା ନୁହେଁ କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଆର୍ୟନଙ୍କୁ ଗିଫ୍ଟରେ ମିଳିଛି McLaren GT । ଆଉ ତାଠାରୁ ବଡ଼ କଥା ହେଉଛି ଏହା ପରେ କାର୍ତ୍ତିକ McLaren GTର ପ୍ରଥମ ଭାରତୀୟ ଓନର ହୋଇଯାଇଛନ୍ତି । ଏହା ପୂର୍ବରୁ ଭାରତରେ ଏହି କାର କାହା ପାଖରେ ନଥିଲା । ନିକଟରେ ଭୁଲ୍ ଭୁଲେୟା ୨ର ସଫଳତା ପରେ ତାଙ୍କୁ ଏହି ଗିଫ୍ଟ ମିଳିଛି । ଟି-ସିରିଜର ଚେୟ୍ୟାରପର୍ସନ ତଥା ପ୍ରଡ୍ୟୁସର ଭୁଷଣ କୁମାର ତାଙ୍କୁ ଏହି ଗିଫ୍ଟ ଦେଇଛନ୍ତି ।

ଉଭୟ ଏହି ସ୍ପୋର୍ଟିଂ କାର ସାମ୍ନାରେ ପୋଜ୍ ଦେଇ ଫଟୋ ସେୟାର କରିଛନ୍ତି । McLaren GT କେବଳ ଏକ କାର ନୁହେଁ, ବରଂ ଏହା ଏକ ସୁପରକାର୍ । ଏଥିରେ ଅନେକ ଫିଚର୍ସ ଏବଂ ଟେକ୍ନୋଲୋଜି ଯୋଗୁଁ ଏହାକୁ ସୁପର କାର କୁହାଯାଏ । ଭାରତରେ ଏହାର ଏକ୍ସ ଶୋରୁମ୍ ଦାମ୍ ୪.୭ କୋଟି ଟଙ୍କା । ଏହା ଭାରତରେ ସବୁଠାରୁ ଶସ୍ତା McLaren କାର ।
କାରରେ ୭ ଇଞ୍ଚର ଇନଫୋଟେଣ୍ଟମେଣ୍ଟ ସିଷ୍ଟମ ମିଳିଥାଏ ଯାହା ଦମଦାର୍ ଗ୍ରାଫିକ୍ସ ଏବଂ ଏମ୍ବିଏଣ୍ଟ ଲାଇଟିଂ ସହିତ ଆସିଥାଏ । ଏଥିରେ ଡୁଆଲ ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ, ସାଟେଲାଇଟ୍ ନେଭିଗେସନ, ଏସି ଏବଂ ମିଡିଆ ଷ୍ଟ୍ରିମିଂର କଣ୍ଟ୍ରୋଲ ଏହି ଇନଫୋଟେଣ୍ଟମେଣ୍ଟ ସିଷ୍ଟମରେ ରହିଛି । ଏଥିରେ ଇଲେକ୍ଟ୍ରୋକ୍ରୋମିକ୍ ପାନାରୋମିକ୍ ସନରୁଫ୍ ରହିଛି । ଏହାକୁ ଆପଣ ୫ ଲେବଲ ପର୍ଯ୍ୟନ୍ତ କେବଳ ଗୋଟିଏ ବଟନରେ କଣ୍ଟ୍ରୋଲ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking