26.1 C
Bhubaneswar
Wednesday, August 10, 2022
Homeମନୋରଞ୍ଜନସଞ୍ଜୟ ଦତ୍ତ ଓ ନର୍ଥ-ସାଉଥ୍‌ ଫିଲ୍ମକୁ ନେଇ ଏମିତି କହିଲେ ରଣବୀର କପୁର

ସଞ୍ଜୟ ଦତ୍ତ ଓ ନର୍ଥ-ସାଉଥ୍‌ ଫିଲ୍ମକୁ ନେଇ ଏମିତି କହିଲେ ରଣବୀର କପୁର

ମୁମ୍ୱାଇ : ଅଭିନେତା ରଣବୀର କପୁରଙ୍କର ଫିଲ୍ମ ଶମଶେରାର ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଫିଲ୍ମରେ ରଣବୀରଙ୍କ ସହ ସଞ୍ଜୟ ଦତ୍ତ  ଓ ବାଣୀ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମ ସହ ଜଡ଼ିତ ଏକ ଇଭେଣ୍ଟରେ ସଞ୍ଜୟ ଦତ୍ତଙ୍କୁ ନେଇ ରଣବୀର କହିଛନ୍ତି କି , ଏବେ ତାଙ୍କ ଉପରେ ଆଉ ୪ଟି ବାୟୋପିକ୍ ତିଆରି ହୋଇପାରେ । ଏହାସହ ହିଁ ରଣବୀର ସାଉଥ୍ ଭର୍ସେସ୍ ହିନ୍ଦି ଫିଲ୍ମର ଡିବେଟ୍ ଉପରେ ମଧ୍ୟ ରିଆକ୍ଟ କରିଛନ୍ତି ।

ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସଞ୍ଜୁ (୨୦୧୮) ରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ରଣବୀର କପୁର କହିଛନ୍ତି , ସଞ୍ଜୟ ଦତ୍ତଙ୍କ ଉପରେ ଆହୁରି ୪ଟି ଫିଲ୍ମ ହୋଇ ପାରିବ । ନିଜର ସୁନ୍ଦର ବ୍ୟକ୍ତିତ୍ୱ ଓ ଅଭିନୟ କ୍ଷମତା କାରଣକୁ ସଞ୍ଜୟ ଦତ୍ତ ବାସ୍ତବରେ ଜଣେ ପ୍ରସିଦ୍ଧ ବ୍ୟକ୍ତି। ତାଙ୍କର ଜୀବନ ଉପରେ ଆଧାରିତ ଫିଲ୍ମ (ବାୟୋପିକ୍‌)ରେ କାମ କରିବା ମୋ ପାଇଁ ସ୍ମରଣୀୟ ଅନୁଭବ ଥିଲା । ତାଙ୍କୁ ଅଭିନୟ ଜଗତରେ ଏବେ ଆହୁରି ଅନେକ ବର୍ଷ କାମ କରିବାକୁ ଅଛି ।

ପିଲାଦିନେ ମୋ ଆଲମାରିରେ ସଞ୍ଜୟ ଦତ୍ତ , ଓ ମୋ ଭଉଣୀଙ୍କ ଆଲମାରୀରେ ସଲମାନ ଖାନଙ୍କ ପୋଷ୍ଟର ରହୁଥିଲା ବୋଲି ସଞ୍ଜୟ ଦତ୍ତଙ୍କ ଉପସ୍ଥିତିରେ ସ୍ମୃତିକୁ ରୋମନ୍ଥିତ କରି ରଣବୀର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking