28.1 C
Bhubaneswar
Tuesday, April 28, 2026
Homeଓଡିଶାବିଏମସିର କଡ଼ା ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ମନା

ବିଏମସିର କଡ଼ା ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ମନା

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ଭୁବନେଶ୍ୱରରେ ପୂଜା ପେଣ୍ଡାଲରେ କୌଣସି ପ୍ରକାରର ପ୍ଲାଷ୍ଟିକ ବ୍ୟବହାର ହୋଇପାରିବ ନାହିଁ। ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ମନା। ପେଣ୍ଡାଲ୍‌ ନିକଟରେ ଡଷ୍ଟବିନ୍ ରହିବ। ଅଳିଆ ନେବାକୁ ଦିନକୁ ଦୁଇ ଥର ଗାଡ଼ି ଯିବ। ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ୍ ହେବ। ସବୁ ପୂଜା ମଣ୍ଡପରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ। ପୂର୍ବ ଥର ଭଳି ଏଥିର ମଧ୍ୟ ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବ। ଏହା ସହ ବିସର୍ଜନ ପାଇଁ ୫ଟି ଅସ୍ଥିୟୀ ଜଳାଶୟ ନିର୍ମାଣ କରାଯାଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ପୂଜା ପୂର୍ବରୁ ରାଜଧାନୀର ରାଜରାସ୍ତା ବିପର୍ଯ୍ୟସ୍ଥ ହୋଇପଡ଼ିଛି। ତେବେ ଏଗୁଡ଼ିକର ମରାମତି ଏବେ ଦ୍ରୁତଗତିରେ ଚାଲିଛି। ଏହାକୁ ନେଇ ମେୟର କହିଛନ୍ତି ଯେ ପୂଜା ପୂର୍ବରୁ ରାସ୍ତା ମରାମତି ନେଇ ଯେଉଁ ଡେଡ ଲାଇନ୍ ଦିଆଯାଇଥିଲା ପ୍ରବଳ ବର୍ଷା ଓ ପାଗ ଖରାପ କାରଣରୁ ତାହା ହୋଇପାରିନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking