30.1 C
Bhubaneswar
Friday, May 3, 2024
Homeଓଡିଶାଗାଇଡଲାଇନ୍ ଜାରି କଲା ବିଏମସି, ନମାନିଲେ ବନ୍ଦ ହେବ ଅଫିସ୍

ଗାଇଡଲାଇନ୍ ଜାରି କଲା ବିଏମସି, ନମାନିଲେ ବନ୍ଦ ହେବ ଅଫିସ୍

ଭୁବନେଶ୍ୱର : ରାଜ୍ୟରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଥିବା ବେଳେ ଶତ ପ୍ରତିଶତ କ୍ଷମତା ସହିତ ଅଫିସ ଚଳାଇବା ନିମନ୍ତେ ଅନୁମତି ମିଳିଛି । ରବିବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏହି ଗାଇଡ ଲାଇନ୍ ଉଲ୍ଲଂଘନ କଲେ କାର୍ଯ୍ୟାଳୟକୁ ବନ୍ଦ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଶତ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରୁଥିଲେ ହେଁ କାର୍ଯ୍ୟାଳୟର ସମସ୍ତ କର୍ମୀ ସାମାଜିକ ଦୂରତ୍ୱ ନିୟମର ପାଳନ କରିବେ । ମାସ୍କ ପିନ୍ଧିବା ସହିତ ହାତ ସାନିଟାଇଜ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହାର ଉଲ୍ଲଂଘନ ହେଲେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । ସହର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ନୂଆ କରେନା ମାମଲା ଦୃଷ୍ଟିକୁ ଆସୁଥିବାରୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କମିଶନର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking