30.1 C
Bhubaneswar
Wednesday, April 24, 2024
Homeଓଡିଶାବିଦ୍ୟୁତ ସର୍ଟ ସର୍କିଟରେ ଜଳିଗଲା ଘର , ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବିଦ୍ୟୁତ ସର୍ଟ ସର୍କିଟରେ ଜଳିଗଲା ଘର , ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମାଲକାନଗିରି ଜିଲ୍ଲା ର ବାଲିମେଳା ଏନ ଏ ସି ଅଧିନସ୍ଥ ଏକ ନମ୍ବର ୱାର୍ଡ ରେ ଆଜି ସକାଳ ୧୧ଟା ସମୟରେ ଘଟି ଯାଇଛି ଏକ ଅଭାବନିୟ ଘଟଣା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ପୋଡିଗଲା ସମ୍ପୂର୍ଣ ଘର ସହ ସମସ୍ତ ଅସବାବପତ୍ର । ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ଏନ ଏ ସି ସ୍ଥିତ ୧ ନ ୱାର୍ଡ ର ବାସିନ୍ଦା ମାଧବ ବାଜିଙ୍ଗ ଙ୍କ ଘରେ ହଠାତ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଘର ଭିତରେ ଲାଗିଥିଲା ନିଆଁ । ଏହା ପରେ ନିଆଁ ଉଗ୍ର ରୂପ ଗ୍ରହଣ କରି ସମ୍ପୂର୍ଣ୍ଣ ଘର କୁ ବ୍ୟାପିଯାଇଥିଲା । ପରିବାର ଓ ସ୍ଥାନୀୟ ଲୋକେ ଏ ନେଇ କରୁକୋଣ୍ଡା ସ୍ଥିତ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲା କିନ୍ତୁ ଏହା ପୂର୍ବରୁ ପରିବାର ଓ ସ୍ଥାନୀୟ ଲୋକେ ଲାଗିଥିବା ନିଆଁ କୁ କିଛି ପାଣି ଢାଳି କିଛି ମାତ୍ରାରେ ଆୟତ କୁ ଆଣିଥିଲେ ।

ଏହାସତ୍ତ୍ୱେ ଘରଟିର ପ୍ରାୟ ୭୦ଭାଗ ଜଳି ଯାଇଥିଲା ଏଥି ସହିତ ଘରେ ଥିବା ଲକ୍ଷାଧିକ ଟଙ୍କାର ଅସବାବପତ୍ର ଜଳି ଭସ୍ମ ହୋଇଯାଇଥିଲା ଶ୍ରୀ ବାଜିଙ୍ଗ ଜଣେ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ୧୦ ପ୍ରାଣୀ କୁଟୁମ୍ବ ଙ୍କୁ ପୋଷିବା ସମ୍ପୂର୍ଣ କଷ୍ଟ ସାଧ୍ୟ ହୋଇପଡୁଥିଲା । ବର୍ତ୍ତମାନ ଅଗ୍ନିକାଣ୍ଡ ଘଟିବାପରେ ବାଜିଙ୍ଗ ଙ୍କ ପରିବାର ନିରାଶ୍ରୟ ହେବା ସହ ସର୍ବସାନ୍ତ ହୋଇପଡିଛନ୍ତି । ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇପଡିଛି । ଏଭଳି ପରିସ୍ଥିତି ରେ ବାଜିଙ୍ଗଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଆର୍ଥିକ ସହାୟତା ଯୋଗାଇଦେବାକୁ ପରିବାରଲୋକେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିବା ସହ ସାଧାରଣରେ ଦାବି ହୋଉଛି । ସୂଚନା ଥାଉକି ବାଲିମେଳା ଏନ ଏ ସି ଅଧୀନରେ ମୋଟ ୧୨ଟି ୱାର୍ଡ ରହିଛି ।

ତେବେ ବାଲିମେଳା ସହରରେ ପ୍ରାୟ ୨୦,୦୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି ଏଥିସହ ଏଠାରେ ଓଡ଼ିଶାର ଦ୍ୟୁତିୟ ବୃହତ ଜଳବିଦ୍ୟୁତ କେନ୍ଦ୍ର ସମେତ ବହୁ ସରକାରୀ ,ବେସରକାରୀ କାର୍ଯ୍ୟାଳୟ ,ଶିକ୍ଷା ଅନୁଷ୍ଠାନ , ବ୍ୟବସାୟିକ ଅନୁଷ୍ଠାନ, ବ୍ୟାଙ୍କ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଅବସ୍ଥିତ । ଏଭଳି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବାଲିମେଳା ସହରଠାରୁ ପ୍ରାୟ ୧୫ କିଲୋମିଟର ଦୂର କରୁକୋଣ୍ଡା ଠାରେ ଏକ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ରହିଛି । ତେବେ ଏହି ଅଞ୍ଚଳରେ ଜରୁରୀ କାଳୀନ ପରିସ୍ଥିତି ରେ ତଥା କୌଣସି ପ୍ରକାର ଅଘଟଣ ଘଟିଲେ ଅଗ୍ନିଶମ ବିଭାଗକୁ ସହାୟତା ନିମନ୍ତେ ଯୋଗାଯୋଗ କଲେ ସେମାନେ ସେଠାରୁ ଠିକ ସମୟରେ ବାହାରିଲେ ମଧ୍ୟ ବାଲିମେଳା ସହରରେ ପହଞ୍ଚିବା ପାଇଁ ତାଙ୍କୁ ପ୍ରାୟ ଅଧଘଣ୍ଟା ରୁ ଉର୍ଦ୍ଧ ସମୟ ଲାଗୁଥିବାରୁ ଆବଶ୍ୟକତା ଅନୁଯାଇ ସେବା ଯୋଗାଇବାରେ ବ୍ୟାହତ ସୃଷ୍ଟି ହେଉଛି । ଯାହା ଫଳରେ ଅଘଟଣ ସମୟରେ ଧନ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡୁଛି । ତେଣୁ ସରକାରଙ୍କ ପକ୍ଷରୁ ବାଲିମେଳା ସହରରେ ଏକ ସ୍ଥାୟୀ ଅଗ୍ନିସେବା କାର୍ଯ୍ୟାଳୟ ସ୍ଥାପନ କରିବା ନିମନ୍ତେ ବାଲିମେଳା ପୂର୍ବତ୍ତନ କାଉନସିଲର ଶିବଦତ୍ତ ସାହୁ,ଦୀପକ ସାହୁ, କୃଷ୍ଣ ବାଘ ନଗର ସଭାପତି ପ୍ରଦୀପ ନାୟକ ,ବିଜେପି ନଗର ସଭାପତି ଶୁଭାଶିଷ କର , ଙ୍କ ସମେତ ସମସ୍ତସହରବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking