37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶକେରଳରେ ବିସ୍ଫୋରଣ : ଜଣେ ମୃତ, ୨୦ ଆହତ

କେରଳରେ ବିସ୍ଫୋରଣ : ଜଣେ ମୃତ, ୨୦ ଆହତ

କେରଳ: କେରଳର ଏର୍ଣ୍ଣାକୁଲମର କଳାମାସେରୀ ସ୍ଥିତି ଏକ କନଭେନସନ ସେଣ୍ଟରରେ ବିସ୍ଫୋରଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କନଭେନସନ ସେଣ୍ଟରେ ଆୟୋଜିତ ତ୍ରୀଦିବସୀୟ କାର୍ଯ୍ୟକ୍ରମର ଶେଷ ଦିନ ଆଜି ରହିଥିଲା । ତେବେ ବିସ୍ଫୋରଣ କେମିତି, କାହିଁକି ଏବଂ କେଉଁ କାରଣ ଯୋଗୁଁ ହୋଇଛି, ତା’ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବିସ୍ଫୋରଣକୁ ନେଇ ପୋଲିସ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରିନାହିଁ । ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ ।

ଖବର ମୁତାବକ, କେରଳର ଏର୍ଣ୍ଣାକୁଲମର କଳାମାସେରୀ ସ୍ଥିତି ଏକ କନଭେନସନ ହଲରେ ପ୍ରାର୍ଥନା ସଭା ଚାଲିଥିଲା । ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ସରକାରୀ ମେଡିକାଲ କଲେଜରେ ହସପିଟାଲରେ ଭର୍ତ୍ତି କରାଯାଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking