30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଦେଶରେ ପିଆଜ ଦର ଆକାଶଛୁଆଁ

ଦେଶରେ ପିଆଜ ଦର ଆକାଶଛୁଆଁ

ନୂଆଦିଲ୍ଲୀ:ଦେଶରେ ପିଆଜ ଦର ଆକାଶଛୁଆଁ । ଦର ନିୟନ୍ତ୍ରଣରେ ରଖିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ପିଆଜ କ୍ରମାଗତ ଦର ବୃଦ୍ଧିରେ ରୋକ୍ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ ଅଙ୍କୁଶ ଲଗାଇଛନ୍ତି । ସର୍ବନିମ୍ନ ରପ୍ତାନୀ ଦର ବା MEP ଟନ୍ ପିଛା ୮୦୦ ଆମେରିକୀୟ ଡଲାର ସ୍ଥିର କରିଛନ୍ତି। ଯାହା ଆଜି ଠାରୁ ଲାଗୁ ହୋଇଛି ।

ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହ ସରକାର ବଫର ଷ୍ଟକ୍ ପାଇଁ ଅତିରିକ୍ତ ୨ ଲକ୍ଷ ଟନ୍ ପିଆଜ କିଣିବେ । ରାଜଧାନୀ ଦିଲ୍ଲୀରେ ଏବେ କିଲୋ ପ୍ରତି ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଛି ପିଆଜ। ଗତ ୧୫ ଦିନ ଭିତରେ ଦିଗୁଣରୁ ଅଧିକ ବଢ଼ିଛି ପିଆଜ ଦର।

୧୫ ଦିନ ପୂର୍ବରୁ ପିଆଜ କିଲୋ ପିଛା ୩୦ ଟଙ୍କା ଥିଲା । ଧୀରେ ଧୀରେ ବଢ଼ି ୬୦ ରୁ ୯୦ ଟଙ୍କାରେ ପହଞ୍ଚିଗଲାଣି। ଡିସେମ୍ବର ପର୍ଯ୍ୟନ୍ତ ଏଭଳି ଦର ଲାଗି ରହିବ। ନୂଆ ପିଆଜ ଆସିଲେ ଦର ହ୍ରାସ ପାଇବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking