29.1 C
Bhubaneswar
Thursday, May 2, 2024
Homeଓଡିଶାବିଜେପିର ସଂକଳ୍ପ ପତ୍ର କେବଳ ପ୍ରତାରଣା ପତ୍ର : କଂଗ୍ରେସ

ବିଜେପିର ସଂକଳ୍ପ ପତ୍ର କେବଳ ପ୍ରତାରଣା ପତ୍ର : କଂଗ୍ରେସ

ଭୁବନେଶ୍ୱର : ବିଜେପି ଦଳ ପକ୍ଷରୁ ଚଳିତ ନିର୍ବାଚନ ପରିପ୍ରେକ୍ଷିରେ ପ୍ରକାଶିତ ଇସ୍ତାହାରରେ ବେକାରୀ, କୃଷକ ଓ ଦରବୃଦ୍ଧି ଭଳି ଉତ୍କଟ ସମସ୍ୟାର ସମାଧାନ ବିଷୟରେ ଗୋଟିଏ ଧାଡ଼ି ମଧ୍ୟ ଉଲ୍ଲେଖ ନାହିଁ । ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ ବିଜେପି ଗତ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ରହିଛି । ମୋଦୀ ୨୦୧୪ ମସିହାରେ ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିବା ପରେ ଗତ ୧୦ ବର୍ଷ ମଧ୍ୟରେ ବେକାରୀ ସମସ୍ୟା ସର୍ବକାଳୀନ ରେକର୍ଡ଼ କରିଛି । ତଥ୍ୟ ଅନୁସାରେ ମୋଦୀଙ୍କ ଶାସନ କାଳରେ ବେକାରୀ ସଂଖ୍ୟା ୩୨ ପ୍ରତିଶତ ବଢ଼ି ସାରିଛି । ନିଯୁକ୍ତି ଦେବା ଦୂରର କଥା, ନିଯୁକ୍ତି ପ୍ରକ୍ରିୟାରେ ପ୍ରଶ୍ନପତ୍ର ଘୋଟଲା ପାଇଁ ଅନେକ ଆଶାୟୀ ଯୁବକଯୁବତୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ଚଳିତ ଥରର ଇସ୍ତାହାରରେ ମୋଦୀ ନିଯୁକ୍ତିର ‘ନ’ ଅକ୍ଷର ମଧ୍ୟ ଉଚ୍ଚାରଣ କରିନାହାନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପଂଚାନନ କାନୁନ୍‌ଗୋ ଏଭଳି ଅଭିଯୋଗ ଆଣିଛନ୍ତି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ବିଫଳ ହୋଇଥିବା ମୋଦୀ ସରକାର ଆନ୍ଦୋଳନରତ କୃଷକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି । ବିଜେପି ଇସ୍ତାହାର ପତ୍ରରେ ଚାଷୀଙ୍କ ଏମ୍‌.ଏସ୍‌.ପି. ଗ୍ୟାରେଂଟି ସଂପର୍କରେ ପଦେ ମଧ୍ୟ ଉଲ୍ଲେଖ ନାହିଁ । ପୁନଃଶ୍ଚ ୨୦୧୪ ମସିହାରେ ମୋଦୀ ଦରଦାମ୍ ନିୟନ୍ତ୍ରଣ କରିବେ ବୋଲି ଜୁମ୍‌ଲା କରି କ୍ଷମତାକୁ ଆସିଲା ପରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍‌,ଏଲ୍‌.ପି.ଜି. ଦର ଅଢ଼େଇଗୁଣା ହୋଇସାରିଛି ।

ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏଭଳି ଆକାଶ ଛୁଆଁ ହୋଇଛି ଯେ ୮୧ କୋଟି ଜନସାଧାରଣ ୫କେଜି ଚାଉଳ ବା ଗହମ ପାଇଁ ପ୍ରତିମାସ ଲାଇନ୍‌ରେ ଠିଆ ହେଉଛନ୍ତି । ଦରବୃଦ୍ଧି ୨୦ ପ୍ରତିଶତ ବଢ଼ିଥିବା ସ୍ଥଳେ ରୋଜଗାର ହାର ୧୧ ପ୍ରତିଶତ କମିଯାଇଛି । ଏ ସବୁ ମୌଳିକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ନରେନ୍ଦ୍ର ମୋଦୀ ଚଳିତ ନିର୍ବାଚନୀ ଇସ୍ତାହାରରେ ଏ ସଂପର୍କରେ ସଂପୂର୍ଣ୍ଣ ଚୁପ୍ ରହି ଅନ୍ୟ ଏକ ନୂତନ ପ୍ରତାରଣା ପତ୍ର ଜାରି କରିଛନ୍ତି ବୋଲି ଶ୍ରୀ କାନୁନ୍‌ଗୋ ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପି.ସି.ସି. ସଭାପତି ପ୍ରସାଦ ହରିଚନ୍ଦନ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ସଂଗ୍ରାମ କିଶୋର ମାଝି ଓ ଝୁନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking