29.1 C
Bhubaneswar
Wednesday, May 1, 2024
Homeଓଡିଶାଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ, ବିଜେଡିର ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ରବିନ୍ଦ୍ର କୁମାର...

ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ, ବିଜେଡିର ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ରବିନ୍ଦ୍ର କୁମାର ଦାସ ବିଜେପିରେ ଯୋଗ ଦେଲେ

ଭୁବନେଶ୍ୱର : ରାଜ୍ୟରେ ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଦୁର୍ନୀତିଗ୍ରସ୍ତ ବିଜେଡି ନେତା, ମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କ ମିଳିତ ସହଯୋଗରେ ଖଣିରୁ ଉତ୍ପନ ହେଉଥିବା ଲୁହାପଥର, ମାଙ୍ଗାନିଜ, ଆଲୁମିନିୟମ, ବକ୍ସାଇଟ୍ ଇତ୍ୟାଦି ଖଣିଜ ପଦାର୍ଥରୁ ବ୍ୟାପକ ମାତ୍ରାରେ ଅର୍ଥ ଆଦାୟ ବେଆଇନ ଭାବେ କରାଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାରର ଗନ୍ତାଘର ସାଜିଛି ଓଡ଼ିଶା ଏବଂ ଏହାର ନେତୃତ୍ୱ ନେଉଛି ବିଜେଡି ସରକାର । ବିଜେଡିର ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ଏଭଳି ହରିଲୁଟ୍‌କୁ ସହ୍ୟ ନକରିପାରି ବିଜେଡିର ସ୍ୱାଭିମାନୀ ନେତା ଓ କର୍ମୀ ବିଜେପିରେ ଯୋଗଦାନ କରୁଛନ୍ତି । ଓଡ଼ିଶାର ଏଭଳି ଭ୍ରଷ୍ଟଶାସନକୁ ଓଡିଶାବାସୀ କାଢ଼ି ଫୋପାଡି ଦେବେ । ଓଡିଶାର ଲୋକେ ବିଜେଡି ମିଥ୍ୟାକୁ ଜାଣି ସାରିଲେଣି ।

ଏଥର ଓଡ଼ିଶାବାସୀ ବିଜେପି ସରକାର ଗଠନ କରିବେ । ବିଜେପି ସରକାର ହେଲେ ରାଜ୍ୟର ଖଣି ଅଂଚଳର ସାମୁହିକ ବିକାଶ ହେବ ବୋଲି ପୂର୍ବତନ ରାଜ୍ୟ ସଭାପିତ ଶ୍ରୀ ସମୀର ମହାନ୍ତି କହିଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ, ବିଜେଡିର ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ରବିନ୍ଦ୍ର କୁମାର ଦାସ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଦାସଙ୍କ ସମେତ ବିଜେଡି ଜିଲ୍ଲା ଉପସଭାପତି ମହେନ୍ଦ୍ର କୁମାର ମହାପାତ୍ର, ସପନ ଦାସ ଗୁପ୍ତା, ପୂର୍ବତନ କାଉନସିଲର ଶୈଳେନ୍ଦ୍ର ଜୋରା, ମହମ୍ମଦ ବାବୁ ଖାଁ, ରତିକାନ୍ତ ଦାସ, ସାତ୍ୟକି ବେହେରା, ରୁଦ୍ର ପ୍ରସାଦ ମହାରଣା, ବିକ୍ରମ ପୃଷ୍ଟି, ସୁରଜ ମହାକୁଡ, ଗଙ୍ଗାଧର ନାଏକ, ବିଜେନ୍ଦ୍ର ମହାକୁଡ, ଲକ୍ଷ୍ମଣ ମୁଣ୍ଡା, ଅଫତବ୍ ଆଲମ୍‌, ହରବିନ୍ଦର୍ ସିଂହ, କିଶୋର ମହାନ୍ତି ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା, ଜୀବନ ସାହୁ, କେନ୍ଦୁଝର ଜିଲ୍ଲା ପ୍ରଭାରୀ ସୁକଦେବ ମହାନ୍ତ, ଅଭିନେତା ଅରିନ୍ଦମ ରାୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking