29.1 C
Bhubaneswar
Thursday, May 2, 2024
Homeଖେଳଆଜି ମୁମ୍ବଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗସ୍ ମୁକାବିଲା

ଆଜି ମୁମ୍ବଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗସ୍ ମୁକାବିଲା

ପଞ୍ଜାବ: ଆଇପିଏଲ୍ ମହାସମର। ଆଜି ପଞ୍ଜାବ ମୁଲାନପୁରରେ ମୁମ୍ବଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ଦୁଇ ଦଳ ବର୍ତ୍ତମାନ ସୁଦ୍ଧା ସମାନ ସ୍ଥିତିରେ ରହିଛନ୍ତି। ଉକ୍ତ ମ୍ୟାଚକୁ ଜିତି ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦଳ ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟାନ୍ସ , ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଦଳ ପ୍ରଥମ୍ ୩ଟି ମ୍ୟାଚରେ ପରାଜିତ ହୋଇଥିବାବେଳେ ୪ର୍ଥ ଓ ୫ମ ମ୍ୟାଚରେ ବିଜୟୀ ହୋଇଥିଲା। ଶେଷ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍‌ସ ନିକଟରୁ ପରାଜିତ ହୋଇଥିଲା। ଦଳର ବ୍ୟାଟିଂ ଭାର ଇଶାନ କିଷନ, ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ, ତିଲକ ବର୍ମା , ଟିମ୍‌ ଡେଭିଡ୍‌ ଓ ରୋମାରିଓ ସେଫର୍ଡ ରହିଛନ୍ତି। ରୋହିତ ଶେଷ ମ୍ୟାଚରେ ଶତକ ହାସଲ କରିଥିବାବେଳେ ସୂର୍ୟ୍ୟକୁମାର ଯାଦବ ୩ଟି ମ୍ୟାଚରୁ ଦୁଇଟି ଇନିଂସରେ ଖାତା ଖୋଲିପାରିନାହାନ୍ତି। ଆହତ ପାଇଁ ପ୍ରଥମ ୩ଟି ମ୍ୟାଚରୁ ବାଦ୍‌ ପଡ଼ିଥିବା ସୂର୍ୟ୍ୟକୁମାରଙ୍କୁ ଏବେ ଖେଳ ଦେଖାଇବାକୁ ପଡ଼ିବ। ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଯାହା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍‌ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ବ୍ୟାଟିଂ ବିଭାଗରେ ଦଳର ଦୁର୍ବଳ ପ୍ରଦର୍ଶନ ଚିନ୍ତାଜନକ ହୋଇଛି। ଅଥର୍ବ ଟାଇଡେ, ପ୍ରଭସିମରନ ସିଂହ, ଜନି ବେୟାରଷ୍ଟୋ, ସାମ କରନ,ଜିତେଶ ଶର୍ମା, ଶଶାଙ୍କ ସିଂହ, ଲିୟାମ ଲିଭିଙ୍ଗଷ୍ଟୋନ ପ୍ରମୁଖଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking