24.1 C
Bhubaneswar
Monday, May 13, 2024
Homeଦେଶ ବିଦେଶନାମାଙ୍କନ ପତ୍ର ଦାଖଲ କଲେ ପ୍ରିୟଙ୍କା ଟିବ୍ରେୱାଲ

ନାମାଙ୍କନ ପତ୍ର ଦାଖଲ କଲେ ପ୍ରିୟଙ୍କା ଟିବ୍ରେୱାଲ

କୋଲକାତା : ପଶ୍ଚିମବଙ୍ଗ ଉପନିର୍ବାଚନ ରାଜନୀତି ମାହୋଲ ସରଗରମ ହେଲାଣି । ଭବାନୀପୁର ବିଧାନସଭା ଆସନ ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ହେଭିୱେଟ୍ ନେତ୍ରୀ । ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନିଜେ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ଭବାନୀପୁର ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ଦିଦି ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିବା ପରେ ଭବାନୀପୁରରେ ଆସନ ପାଇଁ ଛିଡା ହୋଇଛନ୍ତି । ଏପଟେ ବିଜେପି ମଧ୍ୟ ଦିଦିଙ୍କୁ ଚେକ୍‌ମେଟ୍ ଦେବା ପାଇଁ ନିଜର ସ୍ୱତନ୍ତ୍ର ରଣନୀତୀ ପ୍ରସ୍ତୁତ କରିଛି । ସେହିପରି ପ୍ରିୟଙ୍କା ଟିବ୍ରେୱାଲ ବିଜେପିର ଜଣେ ହେଭି ୱେଟ୍ ନେତ୍ରୀ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ଭବାନୀପୁରରେ ମମତା ବାନାର୍ଜୀଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେବେ ଆସନ୍ତା ସେପ୍ଟେମ୍ବର ୩୦ରେ ଭବାନୀପୁର ଉପନିର୍ବାଚନ ହେବାକୁଥିବା ବେଳେ ୨୦ ତାରିଖରୁ ପ୍ରଚାର ଆରମ୍ଭ ହେବ । ମାତ୍ର ୮ ଦିନର ପ୍ରଚାର ମଧ୍ୟରେ କିଏ ମାରିବ ଭବାନୀପୁର ବାଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking