41.1 C
Bhubaneswar
Sunday, April 28, 2024
Homeଓଡିଶାକୋଭିଡ୍ ମହାମାରୀ ସଂକଟ ସମୟରେ ଭାକ୍ସିନ ଟୋକନ ଆବଂଟନ, ସାନିଟାଇଜେସନ ଏବଂ କୋଭିଡ୍ ସହାୟକ ଚୟନରେ...

କୋଭିଡ୍ ମହାମାରୀ ସଂକଟ ସମୟରେ ଭାକ୍ସିନ ଟୋକନ ଆବଂଟନ, ସାନିଟାଇଜେସନ ଏବଂ କୋଭିଡ୍ ସହାୟକ ଚୟନରେ ସ୍ୱଚ୍ଛତା ରହୁ : ବାବୁ ସିଂ

 ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଇ ସଂକ୍ରମିତଙ୍କ ଟ୍ରାକିଂ, ଟ୍ରେସିଂ ଏବଂ ଟ୍ରିଟ୍‌ମେଂଟକୁ ଗୁରୁତ୍ୱ ଦିଆଯାଉ
 ଆମ୍ବୁଲାନ୍ସ ସେବାକୁ ଆହୁରି ତ୍ୱରାନ୍ୱିତ କରାଯାଉ
 ଶାସକ ବିଜେଡି ଦଳର ନେତୃବୃନ୍ଦମାନେ ପ୍ରଶାସନ କଳକୁ ଅପବ୍ୟବହାର କରି ପାତର ଅନ୍ତର
ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଭୁବନେଶ୍ୱର: କୋରନା ସଂକ୍ରମଣର ଦ୍ୱିତୀୟ ଲହର ପ୍ରଭାବରେ ଜନସାଧାରଣ ଅସ୍ତବ୍ୟସ୍ତ । ଏହି
ବିଶ୍ୱ ମହାମାରୀ କରୋନା ସଂକ୍ରମଣ ବିରୁଦ୍ଧ ଯୁଦ୍ଧରେ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ହୋଇ ଲଢିବାକୁ ପଡିବ ।
ରାଜ୍ୟରେ ଏହି ଲଢେଇ ବିରୁଦ୍ଧ ଯୁଦ୍ଧରେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ତରଫରୁ ରାଜ୍ୟ
ସରକାରଙ୍କୁ ନିର୍ଭର ପ୍ରତିଶୃତି ଦିଆଯାଇଛି । ମାତ୍ର ଭୂବନେଶ୍ୱରରେ ଶାସକ ବିଜେଡି ଦଳର ନେତୃବୃନ୍ଦମାନେ ପ୍ରଶାସନ କଳକୁ
ଅପବ୍ୟବହାର କରି ପାତର ଅନ୍ତର ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା ସଭାପତି ଶ୍ରୀ
ବାବୁ ସିଂ ଅଭିଯୋଗ କରିଛନ୍ତି ।
ଗତ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ପ୍ରାଥମିକତା
ଦୃଷ୍ଟିରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତମାନ ସୁଦ୍ଧା
ଦେଶରେ ୧୮ କୋଟିରୁ ଉର୍ଦ୍ଧ୍ୱ ଏବଂ ରାଜ୍ୟରେ ପାଖାପାଖି ୭୦ ଲକ୍ଷ କୋଭିଡ୍ ଟୀକାକରଣ ହୋଇସାରିଛି । ଭୂବନେଶ୍ୱର
ରାଜ୍ୟର ରାଜଧାନୀ ଏବଂ ପ୍ରମୁଖ ସହର ହୋଇଥିବାରୁ ଏଠାରେ ବିଭିନ୍ନ ସ୍ଥାନରୁ ଲୋକମାନେ ଆସନ୍ତି । ଦ୍ୱିତୀୟ ଲହରରେ
ପ୍ରତିଦିନ ରାଜଧାନୀ ଭୂବନେଶ୍ୱରରୁ ବହୁ ସଂଖ୍ୟାରେ କରୋନା ସଂକ୍ରମଣରେ ସଂକ୍ରମିତ ହେଉଛନ୍ତି । ଏହି ସଂକ୍ରମଣକୁ ପ୍ରତିହିତ
କରିବା ପାଇଁ ଶୃଙ୍ଖଳିତ ବ୍ୟବସ୍ଥାରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଦଳମତ ନିର୍ବିଶେଷରେ ସାଧାରଣ
ଭୂବନେଶ୍ୱରବାସୀଙ୍କ ହିତକୁ ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ । ବିଶେଷ ଭାବେ ଭାକ୍ସିନ ଟୋକନ ଆବଂଟନ,
ସାନିଟାଇଜେସନ ଏବଂ କୋଭିଡ୍ ସହାୟକ ଚୟନରେ ସ୍ୱଚ୍ଛତା ରହିବା ଜରୁରୀ । ମାତ୍ର ଏହି ସମସ୍ତ କାର୍ଯ୍ୟ ବିଜେଡି କର୍ମୀ,
ପୂର୍ବତନ କର୍ପୋରେଟର ଏବଂ ଶାସକ ବିଜେଡି ନେତୃବୃନ୍ଦଙ୍କ ମାଧ୍ୟମରେ ବଂଟନ କରାଯାଉଥିବା କାରଣରୁ ସାଧାରଣ ଜନତା
ହଇରାଣର ଶିକାର ହେଉଛନ୍ତି । ୱାର୍ଡ ସ୍ତରରେ ନିଯୁକ୍ତ ହେଉଥିବା କୋଭିଡ ସଚେତକ ମଧ୍ୟ ଶାସକ ବିଜେଡି ସମର୍ଥକ
ଆଧାରରେ ହେଉଥିବାର ପରିଲକ୍ଷିତ ହୋଇଛି । ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଇ ସଂକ୍ରମିତଙ୍କ ଟ୍ରାକିଂ, ଟ୍ରେସିଂ ଏବଂ
ଟ୍ରିଟ୍‌ମେଂଟକୁ ଗୁରୁତ୍ୱ ଦିଆଯାଉ । ସେହିପରି ରାଜଧାନୀରେ ଅଧିକ ସଂଖ୍ୟାରେ ଡାକ୍ତରଖାନା ଥିବା କାରଣରୁ ସହରରେ
ଆମ୍ବୁଲାନ୍ସ ସେବାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଦାବୀ କରାଯାଇଛି । ବିଏମସି କମିଶନର ଏହି ଟାଳଟୁଳ ନୀତି ବିରୁଦ୍ଧରେ
ତୁରନ୍ତ ହସ୍ତକ୍ଷେପ କରି ସୃଷ୍ଠି ହେଉଥିବା ସମସ୍ୟାର ସମାଧାନ ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ଜିଲ୍ଲା
ତରଫରୁ ଦାବୀ କରାଯାଇଛି ।
ଆଜି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବିଏମସି କମିଶନରଙ୍କୁ ସାକ୍ଷାତ
କରି ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଦାବୀ ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି,
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ହରେକୃଷ୍ନ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
(ମିଡିଆ ସେଲ୍‌, ଭୂବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking