39.4 C
Bhubaneswar
Thursday, April 18, 2024
Homeଓଡିଶାକରୋନା ସମୟରେ ପ୍ରତ୍ୟେକ ଗରୀବ ଓ ନିମ୍ନ ଆୟକାରୀ ପରିବାରକୁ ମାସିକ ୬ହଜାର ଟଙ୍କା ଦିଆଯାଉ...

କରୋନା ସମୟରେ ପ୍ରତ୍ୟେକ ଗରୀବ ଓ ନିମ୍ନ ଆୟକାରୀ ପରିବାରକୁ ମାସିକ ୬ହଜାର ଟଙ୍କା ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ କଂଗ୍ରେସର
ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକରେ କରୋନା ବିପତି ସମୟରେ ରୋଜଗାରହୀନ ଗରୀବ ଓ ସ୍ୱଳ୍ପ ଆୟକାରୀ ପରିବାରକୁ ମାସିକ ୬ ହଜାର ଟଙ୍କାର
ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଏକ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଯାଇଛି । ଏହା ସାଙ୍ଗକୁ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା
ନବୀନ ସରକାରଙ୍କ ରାଜ୍ୟବାସୀଙ୍କ ଅବଗତି ନିମନ୍ତେ କୋଭିଡ ମହାମାରୀ ପରିଚାଳନା, ଟୀକାକରଣ ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ଏକ ଶ୍ୱେତପତ୍ର ପ୍ରକାଶ
କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରାଯାଇଛି ।
ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲାକୁମାର ଓ ସହ ପ୍ରଭାରୀ ତଥା ଏଆଇସିସି
ସଂପାଦକ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ସଂପ୍ରତି କରୋନା ସ୍ଥିତି ଓ ସାଂଗଠନିକ କାର୍ଯ୍ୟକଳାପ ସମୀକ୍ଷା ପୂର୍ବକ କରୋନା ଦାଉରୁ
ଓଡ଼ିଶା ବାସୀଙ୍କୁ ରକ୍ଷା କରିବା କ୍ଷେତ୍ରରେ କଂଗ୍ରେସର ପ୍ରମୁଖ ଭୂମିକା ନିର୍ବାହ କରିବା ଅପରିହାର୍ଯ୍ୟ ବୋଲି ନେତୃମଣ୍ଡଳି ମତ ରଖିଥିଲେ । ଭୟାବହ
କରୋନାର ଦ୍ୱିତୀୟ ଲହରର ମୁକାବିଲା ନିମନ୍ତ ରାଜ୍ୟ ତଥା ଜିଲ୍ଲା କଂଗ୍ରେସ ତରଫରୁ ଭୁବନେଶ୍ୱର, କଟକ, ବାଲେଶ୍ୱର, ବଲାଙ୍ଗୀର, ନୂଆପଡ଼ା ତଥା
ଜଗତସିଂପୁର ଜିଲ୍ଲାର ପାରାଦ୍ୱୀପ ଠାରେ ନିଶୁଳ୍କ ଆମ୍ବୁଲାନ୍ସ ସେବା ଇତିମଧ୍ୟରେ ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ବିଧାୟକ ଯେଉଁମାନେ ବର୍ତମାନ ସୁଦ୍ଧା
ଆଂଚଳିକ ବିଧାୟକ ପାଣ୍ଠିରୁ ଆମ୍ବୁଲାନ୍ସ ସେବାରେ ସାମିଲ ହୋଇ ନାହାଁନ୍ତି ସେ ସମସ୍ତ ବିଧାୟକ ମାନଙ୍କୁ ଏହି ପାଣ୍ଠିରୁ ଜନସାଧାରଣଙ୍କ ଏହି ସେବା
ଯୋଗାଇ ଦେବାକୁ ପିସିସି ତରଫରୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ସଟଡାଉନ ଓ ଲକ୍‌ଡାଉନ ଜାରୀ କରାଯାଇଥିବା ହେତୁ ବିପିଏଲ ପରିବାର, ସ୍ୱଳ୍ପ
ରୋଜଗାରୀ ପରିବାର, ବେରୋଜଗାରୀ ଆଦିବାସୀ ଓ ହରିଜନ ପରିବାର, ମତ୍ସ୍ୟଜିବୀ ପରିବାର ଓ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପରିବାର ଅର୍ଥାଭାବ ଜନିତ
ଦୁର୍ବିସହ ଜୀବନଯାପନ କରୁଥିବାରୁ ସରକାର ସମ୍ବେଦିନଶୀଳ ହୋଇ ମାସିକ ସର୍ବନିମ୍ନ ୬ ହଜାର ଟଙ୍କା କରୋନା ସଂକଟ ଦୂରହେବା ପର୍ଯ୍ୟନ୍ତ ଯୋଗାଇ
ଦେବା ଏକ ସାମ୍ବିଧାନିକ କର୍ତବ୍ୟ (ଧାରା-୨୧) ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ଏହା କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦିଆଯାଇଛି ।
ଏହି ଟୀକାକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ଓ ରାଜ୍ୟମାନଙ୍କ ସହ ଆବଶ୍ୟକୀୟ ସହଯୋଗ ଅଭାବରୁ ପିସିସି ତରଫରୁ ଘୋର
ଉଦ୍‌ବେଗ ପ୍ରକାଶ କରାଯିବା ସହ ଏପରି ଏକ ଅପୂତ ପୂର୍ବ ବିପତି ସମୟରେ ସଂକୀର୍ଣ୍ଣ ରାଜନୈତିକ ବିଚାରର ଉର୍ଦ୍ଧ୍ୱରେ ରହି ଯୁର୍ଦ୍ଧକାଳୀନ ଭିତରେ ଟୀକା,
କୋଭିଡ ପ୍ରତିଷେଧକ ଔଷଧ, ଇଂଜେକସନ ଓ ଭେଂଟିଲେଟର ଆଦି ଓଡ଼ିଶାକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବୀ କରାଯାଇଛି । ରାଜ୍ୟ
ସରକାର ରାଜ୍ୟବାସୀଙ୍କୁ ଅନ୍ଧକାରରେ ନ ରଖି କେଉଁ ୨ ମାସର କେତେ କେତେ ପରିମାଣର ଟୀକା ପ୍ରଦାନ କରାଯିବ ଓ କେବେ ସୁଦ୍ଧା ୧୮ରୁ ୪୪
ବର୍ଷର ଯୁବଶ୍ରେଣୀକୁ ଟୀକାକରଣ କରାଯିବ ତାହାର ଏକ ବିସ୍ତୃତ ସୂଚୀ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି ।
ଅକ୍ଷୟତୃତୀୟ ଠାରୁ ରାଜ୍ୟରେ ଚାଷକାର୍ଯ୍ୟ ଆରମ୍ଭ କରାଯାଇଥିବା ହେତୁ ଓଡ଼ିଶାରେ ଆବଶ୍ୟକ ହେଉଥିବା ୬ଲକ୍ଷ କ୍ୟୁଂଟାଲ ପ୍ରାମାଣିକ ଧାନ ବିହନ
ଓ ୧ଲକ୍ଷ କ୍ୟୁଂଟାଲ ପ୍ରାମାଣିକ ଅଣ ଧାନ ବିହନ ସ୍ଥଳେ ରାଜ୍ୟ ସରକାର ମାତ୍ର ୪.୫ ଲକ୍ଷ କ୍ୱିଂଟାଲ ଧାନ ବିହନ ଯୋଗାଡ଼ କରିଥିବା ଚିନ୍ତାଜନକ ସୁତଂରା
ସମୁଦାୟ ୭ଲକ୍ଷ କ୍ୟୁଂଟାଲ ଧାନ ଓ ଅଣଧାନ ପ୍ରାମାଣିକ ବିହନ ଯୋଗାନ୍ତୁଚ । ଦୁଗ୍ଧ ଚାଷୀଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ପୂର୍ବରୁ ସଂଗ୍ରହ
ହେଉଥିବା ୫.୫ ଲକ୍ଷ ଲିଟର ଦୁଗ୍ଧ ଓମଫେଡ଼ ସଂସ୍ଥା ନିୟମିତ ତଥା ନିଶ୍ଚିତ ଭାବେ ସଂଗ୍ରହ କରନ୍ତୁ । ପାନଚାଷୀ ବଜାର ଅଭାବରୁ ମୁଣ୍ଡରେ ହାତଦେଇ
ବସିଥିବା ହେତୁ ସରକାର ତକ୍ଷଣାତ ହସ୍ତକ୍ଷେପ କରି ସେମାନଙ୍କ ନିମନ୍ତେ ବଜାର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପିସିିସି ବୈଠକରେ ସରକାରଙ୍କୁ ଯଥୋଚିତ
ପଦକ୍ଷେପ ନେବାକୁ ଆହ୍ୱାନ ଦିଆଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ଆଇସିୟୁ ବେଡ ଅଭାବରୁ ଜଣେ କରୋନା ପୀଡ଼ିତା ସଦ୍ୟ ବିବାହିତ ୨୫ ବର୍ଷିୟା ଶ୍ରୀମତୀ ସ୍ୱର୍ଣ୍ଣଲତା ପାଲଙ୍କର
ହୃଦୟବିଦାରକ ମୃତ୍ୟୁ ଘଟଣାରେ ପିସିସି ଚିନ୍ତା ପ୍ରକଟ କରିବା ସହ ଏହି ହୃଦୟ ବିଦାରକ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦୋଷୀ ସାବ୍ୟସ୍ତ ହସପିଟାଲ
କତୃପର୍କ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ କରାଯାଇଅଛି । ପ୍ରଦେଶ କଂଗ୍ରେସର ଏହି ଭିଡ଼ିଓ କନଫରେନ୍ସ ବୈଠକରେ କାର୍ଯ୍ୟକାରୀ
ସଭାପତି ପ୍ରଦୀପ ମାଝୀ, ସାଂସଦ ସପ୍ତଗିରୀ ଉଲ୍ଲାକା, ବିଧାୟକ ସନ୍ତୋଷସିଂ ସାଲୁଜା, ମହମ୍ମଦ ମୋକିମ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ,
ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ଏଆଇସିସି ସଂପାଦକ ଶରତ ରାଉତ, ବିଶ୍ୱ ମହାନ୍ତି, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ,
ରାଜ୍ୟ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ୟାସିର ନୱାଜ, ପିସିସି କୋଭିଡ
କଂଟ୍ରୋଲରୁମ ସଂଯୋଜକ ପଦ୍ମାକର ଗୁରୁ, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବାଙ୍କନିଧି ବେହେରା, ସୁଚରିତା ମହାନ୍ତି,
ସୁରେନ୍ଦ୍ର ନାଥ କର, ସୁଦର୍ଶନ ଦାସ, ଜ୍ଞାନଦେବ ବେଉରା,ମନୋରଞ୍ଜନ ଦାଶ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିସ୍ମୟ ମହାପାତ୍ର, ସମେତ ଭୁବନେଶ୍ୱର ଜିଲ୍ଲା
ସଭାପତି ବିଶ୍ୱଜିତ ଦାଶ, କଟକ ଜିଲ୍ଲା ସଭାପତି ମାନସ ରଞ୍ଜନ ଚୌଧୁରୀ, କଟକ ନଗର ଜିଲ୍ଲା ସଭାପତି ଗିରିବାଳା ବେହେରା, କୋରାପୁଟ ଜିଲ୍ଲା
ସଭାପତି ମିନାକ୍ଷୀ ବାହିନୀପତି, କେନ୍ଦୁଝର ଜିଲ୍ଲା ସଭାପତି ବିଳ୍ପବ ମିଶ୍ର, ମୟୁରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଭରତ
ଅବସ୍ତି, ଅନୁଗୁଳ ଜିଲ୍ଲା ସଭାପତି ବିଳ୍ପବ ଜେନା, ଜଗତସିଂହପୁର ଜିଲ୍ଲା ସଭାପତି ନଟବର ବାରିକ, ରାୟଗଡ଼ା ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା,
ନୟାଗଡ଼ ଜିଲ୍ଲା ସଭାପତି ରଣଜିତ ଦାସ, ବଲାଙ୍ଗୀର ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ବେହେରା, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା,
ରାଉରକେଲା ଜିଲ୍ଲା ସଭାପତ ଜଜତୀର୍କୀ, ଯାଜପୁର ଜିଲ୍ଲା ସଭାପତ ମନୋଜ ରାଉତ, ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ ପ୍ରମୁଖ ଏବଂ ରାଜ୍ୟ ଜିଲ୍ଳା
କଂଗ୍ରେସ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ, ବିଜୟଲକ୍ଷ୍ମୀ ସାହୁ, ଅକ୍ଷୟ କୁମାର ଆଚାର୍ଯ୍ୟ, ସମରେନ୍ଦ୍ର ମିଶ୍ର, ପିତବାସ ପଣ୍ଡା, ଚିନ୍ମୟ ସୁନ୍ଦର ଦାସ,
ରାଜକିଶୋର ଷଢଙ୍ଗୀ ପ୍ରମୁଖ ଆଲୋଚନାରେ ଭାଗନେଇ ଉପାଦେୟ ପରାମର୍ଶ ମାନ ଦେଇଥିଲେ । ଆଜି ଅନୁଷ୍ଠିତ ଭର୍ଚୁଆଲ ବୈଠକକୁ ପରିଚାଳନା
କରିଥିରେ ପିସିସି ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପରିଚାଳନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking