36.7 C
Bhubaneswar
Tuesday, April 16, 2024
Homeଓଡିଶାଅସହିଷ୍ଣୁ କଂଗ୍ରେସ ସରକାର ଏବଂ ଗାନ୍ଧୀ ପରିବାର ମିଳିମିଶି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟାପକ ଅବହେଳା କରିଛନ୍ତି...

ଅସହିଷ୍ଣୁ କଂଗ୍ରେସ ସରକାର ଏବଂ ଗାନ୍ଧୀ ପରିବାର ମିଳିମିଶି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟାପକ ଅବହେଳା କରିଛନ୍ତି : ଡ.ଲେଖାଶ୍ରୀ

 ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଟିମକୁ ରାସ୍ତାରେ ଆନ୍ଦୋଳନକାରୀଙ୍କ ଉପସ୍ଥିତି ବିଷୟରେ ଆଲର୍ଟ କରାଗଲା ନାହିଁ କାହିଁକି?
 ସୁରକ୍ଷା ଭଙ୍ଗ ହେଉଥିବା ପ୍ରସଙ୍ଗରେ ପୋଲିସ ଅଧିକାରୀ ନିଜ ଉଚ୍ଚ ଅଧିକାରୀ, ପ୍ରଶାସନ ଏବଂ ଶାସକ କଂଗ୍ରେସକୁ ସଂପୂର୍ଣ୍ଣ ଅବଗତ କରାଇବା ସତ୍ୱେ ପଂଜାବ ସରକାରଙ୍କ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ
 ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରୁଟର ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ପୋଲିସ ଡିଜି କାହିଁକି ଏବଂ କାହା ନିର୍ଦ୍ଦେଶରେ କହିଲେ ?
 ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଭଙ୍ଗ କରିବା ପାଇଁ ପଂଜାବ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ କଂଗ୍ରେସ ଦଳର କେଉଁ କେଉଁ ନେତୃତ୍ୱ ନିର୍ଦ୍ଦେଶ ଦେଇଥିଲେ ?

ଭୂବନେଶ୍ୱର, : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଟିମକୁ ରାସ୍ତାରେ ଆନ୍ଦୋଳନକାରୀଙ୍କ ଉପସ୍ଥିତି ବିଷୟରେ ଆଲର୍ଟ କରାଗଲା ନାହିଁ କାହିଁକି ? ଅତୀତରେ ତୃଟିପୂର୍ଣ୍ଣ ସୁରକ୍ଷା କାରଣରୁ ଦେଶବାସୀ ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରାଇଥିବା କଂଗ୍ରେସ ଦଳ ଓ କଂଗ୍ରେସ ନେତା ଭୁଲିବା କଥା ନୁହେଁ । ଗତ ଜାନୁଆରୀ ୫ ତାରିଖରେ ପଂଜାବ ରାଜ୍ୟ ଫିରୋଜପୁର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବ୍ୟାପକ ତ୍ରୁଟି ଦେଖାଦେଇଥିଲା । ପାକିସ୍ଥାନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରତ୍ୱ ଫିରୋଜପୁର ଗସ୍ତ ଅବସରରେ ଯାତ୍ରା ପଥକୁ ଅବରୋଧ କରି ଦୀର୍ଘ ୨୦ ମିନିଟ କାଳ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତା ମଝିରେ ଓ ପୋଲ ଉପରେ ଷଡଯନ୍ତ୍ର ରଚାଯାଇ ରୋକାଯିବା ନିଶ୍ଚିତ ଭାବେ ଏକ ସମ୍ଭାବ୍ୟ ଅଘଟଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବର୍ତି ଯାଇଛନ୍ତି । ଏହି ସମୟରେ ପାକିସ୍ଥାନ ପକ୍ଷରୁ ଡ୍ରୋନ, ମୋର୍ଟାର ଏବଂ ମିସାଇଲ ଆକ୍ରମଣ ମଧ୍ୟ ସମ୍ଭବ ଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏବଂ ପଂଜାବ ସରକାରଙ୍କ ଦାୟୀତ୍ୱହୀନତାକୁ ନେଇ ଆମେ ତୁରନ୍ତ କିଛି ପ୍ରଶ୍ନ କଂଗ୍ରେସ ଓ ପଂଜାବ ସରକାରଙ୍କୁ ପଚାରିଥିଲୁ । କଂଗ୍ରେସ ଦଳ ଏହାର ସିଧାସଳଖ ଉତର ଦେଲେନାହିଁ, ବରଂ ବିଭ୍ରାନ୍ତକାରୀ ବୟାନବାଜୀ କରି ଅନ୍ୟମାନଙ୍କ ମୁଣ୍ଡରେ ଦୋଷ ଲଦିଦେଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ହେଉଛି ରାଜ୍ୟ ସରକାରଙ୍କ ଦାୟୀତ୍ୱ । ଏହା ସତ୍ୱେ ପଂଜାବ ପୋଲିସ ଡିଜି କିପରି ଓ କାହିଁକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିଲେ ନାହିଁ ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଟିମକୁ ରାସ୍ତାରେ ଆନ୍ଦୋଳନକାରୀଙ୍କ ଉପସ୍ଥିତି ବିଷୟରେ ଆଲର୍ଟ କରାଗଲା ନାହିଁ କାହିଁକି? ଅନ୍ୟ ପଟେ ଗତ କାଲି ପଞ୍ଜାବ ପୋଲିସ ଅଧିକାରୀମାନଙ୍କ ରାଷ୍ଟ୍ରୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବକ୍ତବ୍ୟ ଆମ ସନ୍ଦେହକୁ ଦୁଢୀବୁତ କରିବା ସହିତ ସତ୍ୟକୁ ସର୍ବସାଧାରଣରେ ଉଜାଗର କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ପଞ୍ଜାବ ପୋଲିସର ଏକ ଅଧିକାରୀଙ୍କ ବକ୍ତବ୍ୟ ଅନୁଯାୟୀ, ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ସମୟରେ ସୁରକ୍ଷା ଭଙ୍ଗ ହେଉଥିବା ପ୍ରସଙ୍ଗରେ ସେ ନିଜ ଉଚ୍ଚ ପୋଲିସ ଅଧିକାରୀ, ପ୍ରଶାସନ ଏବଂ ଶାସକ କଂଗ୍ରେସକୁ ସଂପୂର୍ଣ୍ଣ ଅବଗତ କରାଇଥିଲେ । ଏହା ସତ୍ୱେ ରାଜ୍ୟ ସରକାରଙ୍କ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରାଗଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରୁଟର ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ପୋଲିସ ଡିଜି କାହିଁକି ଏବଂ କାହା ନିର୍ଦ୍ଦେଶରେ କହିଲେ ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଭଙ୍ଗ କରିବା ପାଇଁ ପଂଜାବ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ କଂଗ୍ରେସ ଦଳର କେଉଁ କେଉଁ ନେତୃତ୍ୱ ନିର୍ଦ୍ଦେଶ ଦେଇଥିଲେ ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ଏଭଳି ଗମ୍ଭୀର ଘଟଣାକୁ କଂଗ୍ରେସ ଦଳ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିବା ଏବଂ ବୟାନବାଜୀ କରି ନିଜ ଦୋଷ ଅନ୍ୟ ମୁଣ୍ଡକୁ ଠେଲି ଦେବା ଅତ୍ୟନ୍ତ ନିନ୍ଦା ଓ ଲଜ୍ଜାଜନକଜନକ । କଂଗ୍ରେସର ନେତା ଏହି ଗମ୍ଭୀର ପରିସ୍ଥିତିକୁ ହାସ୍ୟାସ୍ପଦ ଭାବରେ ଛୋଟ କରିବାର ପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣା ସଂପର୍କରେ ପଂଜାବ ମୁଖ୍ୟମନ୍ତୀ ଚରଣଜିତ୍ ସିଂହ ଚନ୍ନୀ କଂଗ୍ରେସ ଦଳର ସାଧାରଣ ସଂପାଦକ ତଥା ଗାନ୍ଧୀ ପରିବାରର ସଦସ୍ୟ ପ୍ରିୟଙ୍କା ଗାନ୍ଧୀଙ୍କୁ ରିପୋର୍ଟ ଦେବା ପଛରେ ଉଦ୍ଦେଶ୍ୟ କଣ ? ଉଭୟ ପଂଜାବର ଅସହିଷ୍ଣୁ କଂଗ୍ରେସ ସରକାର ଏବଂ ଗାନ୍ଧୀ ପରିବାର ମିଳିମିଶି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟାପକ ଅବହେଳା କରିବା ପଛରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରହିଛି । ବାରମ୍ବାର ସେମାନଙ୍କ ଚେଷ୍ଟା ସତ୍ୱେ କଂଗ୍ରେସ ଦଳର ନେତୃତ୍ୱମାନେ ଜାଣିଶୁଣି ପ୍ରଧାନମନ୍ତ୍ରୀ ଜୀଙ୍କୁ ଏକ ଅସୁରକ୍ଷିତ ମହଲରେ ରଖିଲେ ବୋଲି ପଞ୍ଜାବ ପୋଲିସର ଅଧିକାରୀମାନଙ୍କ ସ୍ୱୀକାରୋକ୍ତି କେବଳ ଯେ ନିନ୍ଦନୀୟ ନୁହେଁ ବରଂ ଦଣ୍ଡନୀୟ ମଧ୍ୟ ଅଟେବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking