19.1 C
Bhubaneswar
Tuesday, January 25, 2022
Homeଓଡିଶାନିର୍ବାଚନ ପ୍ରଚାର ଗାଇଡଲାଇନ ଜାରି

ନିର୍ବାଚନ ପ୍ରଚାର ଗାଇଡଲାଇନ ଜାରି

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପ୍ରଚାର ଗାଇଡଲାଇନ ଆଜି ଜାରି କରିଛନ୍ତି ଏସଆରସି । ଗାଇଡଲାଇନ ଅନୁସାରେ ସର୍ବାଧିକ ୧୦୦ ଜଣରେ ରାଜନୈତିକ ସମାବେଶକୁ ସର୍ତ୍ତମୂଳକ ଅନୁମତି ମିଳିବ । ଇଣ୍ଡୋର ହଲରେ କ୍ଷମତାର ୫୦ ପ୍ରତିଶତ ଲୋକଙ୍କ ଉପସ୍ଥିତକୁ ଅନୁମତି ମିଳିବ । ଖୋଲା ଜାଗାରେ ଧାର୍ଯ୍ୟ ସୀମା ମଧ୍ୟରେ ସମାବେଶ ହୋଇପାରିବ । ସର୍ବାଧିକ ୫ ଜଣ ଲୋକଙ୍କୁ ନେଇ ଘରକୁ ଘର ପ୍ରଚାର ହୋଇପାରିବ । ସମାବେଶରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । କୌଣସି ବଡ ସମାବେଶକୁ ବାରଣ କରାଯାଇଛି । ସୋସିଆଲ ମିଡିଆରେ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦିଆଯାଇଛି । ଗଣତି ପରେ କୌଣସି ଶୋଭାଯାତ୍ରା ହୋଇପାରିବନି ବୋଲି ଗାଇଡ଼ ଲାଇନ ରେ ଉଲେଖ ରହିଛି । କୋଭିଡ ପଜେଟିଭ କେବଳ ଇଲେକ୍ଟ୍ରୋନିକ ମିଡ଼ିଆ ରେ ପ୍ରଚାର କରିପାରିବେ । ଗଣତି କେନ୍ଦ୍ର ସାମ୍ନାରେ ଅଧିକ ଲୋକ ବି ଏକାଠି ହୋଇପାରିବେନି  । ରୋଡ଼ ସୋ , ପଦଯାତ୍ରା , ବାଇକ ରାଲି , ସାଇକେଲ ରାଲି ମନା କରାଯାଇଛି । ନୋମିନେସନ ବେଳେ ପ୍ରାର୍ଥୀ ଓ ଜଣେ ପ୍ରସ୍ତାବକ ଯାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking