ଭୁବନେଶ୍ୱର : ଶ୍ରମିକମାନଙ୍କ ହକ ପାଇଁ ଲଢିବ ବିଜେଡି । ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟ ପରିବର୍ଦ୍ଦିତ କାଯ୍ୟକାରୀ ବୈଠକରେ ଉଦବୋଧନ ଦେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶ୍ରମିକ ମାନଙ୍କ ସହ ବିଜେଡି ସବୁବେଳେ ଥିଲା ଏବଂ ଶେଷ ପଯ୍ୟନ୍ତ ରହିବ ବୋଲି ନବୀନ କହିଛନ୍ତି । ଆଜିର ଏହି ସମୀକ୍ଷ ବୈଠକ ଅବସରରେ ମୋହନ ମାଝୀଙ୍କ ସରକାରକୁ ସମାଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ନୂଆ ସରକାରରେ ପାଚିକାଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ ମିଶନ ଶକ୍ତି କର୍ମଚାରୀ ସମସ୍ତେ ଅବହେଳିତ । ଶିଳ୍ପ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ ଆଗକୁ ଏଭଳି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ନିଜ ହକ ପାଇଁ ଆନ୍ଦୋଳନ ଓହ୍ଲାଇବ ।