25.1 C
Bhubaneswar
Saturday, January 18, 2025
Homeଓଡିଶା୩ ବର୍ଷରେ କାଳିଆ ହୁଣ୍ଡିରେ ୧୦୦ କୋଟି: ଆଇନ ମନ୍ତ୍ରୀ

୩ ବର୍ଷରେ କାଳିଆ ହୁଣ୍ଡିରେ ୧୦୦ କୋଟି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଗତ ୩ ବର୍ଷରେ କାଳିଆ ହୁଣ୍ଡିରେ ୧୦୦ କୋଟିରୁ ଅଧିକ ଟଙ୍କା । ଏ ନେଇ ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ହୁଣ୍ଡି ସହ ବିଭିନ୍ନ ସୂତ୍ରରୁ ଭକ୍ତ ଦାନ କରିଛନ୍ତି ଶହେ ୧୩ କୋଟି ଟଙ୍କା । ଭକ୍ତମାନେ ହୁଣ୍ଡିକୁ ୪୦ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି । ମୋଟ ୧୩ କୋଟି ଟଙ୍କା କାଳିଆକୁ ଦାନ କରିଛନ୍ତି ଭକ୍ତ । ୨୦୨୧ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଆସିଛି ଶହେ ୧୩ କୋଟି ୨ ଲକ୍ଷ ୫୫ ହଜାର ଟଙ୍କା । ୨୦୨୧ – ୨୨ ରେ ଜଗନ୍ନାଥ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ୨୨୭ ଟଙ୍କା ମିଳିଛି । ୨୦୨୨ – ୨୩ ରେ ୧୫ କୋଟି ୪୬ ଲକ୍ଷ ଏବଂ ୨୦୨୩- ୨୪ ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ଟଙ୍କା ମିଳିଛି । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରରକୁ ୨୧-୨୨ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ଟଙ୍କା ମିଳିଛି । ସେହିପରି ୨୦୨୨ – ୨୩ ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ଟଙ୍କା ଏବଂ ୨୦୨୩ – ୨୪ ରେ ୨୨ କୋଟି ୨୪ ଲକ୍ଷ ଟଙ୍କା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking