31.1 C
Bhubaneswar
Monday, May 20, 2024
Homeଓଡିଶାବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା । ୪ ରାଜ୍ୟ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରାଜ୍ୟ ସଭାକୁ ଯିବେ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ସସ୍ମିତ ପାତ୍ରଙ୍କ ଉପରେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଆସ୍ଥା ପ୍ରକଟ କରିଥିଲାବେଳେ ପ୍ରଶନ୍ନ ଆଚାର୍ଯ୍ୟ ଓ ଭାସ୍କର ରାଓଙ୍କୁ ବାଦ୍ ଦେଇଛନ୍ତି । ପ୍ରଥମ ଥର ପାଇଁ ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କୁ ଧ୍ୟାନ ଦେଇଛନ୍ତି । ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି । ଏହି ୩ଜଣ ପ୍ରାର୍ଥୀ ୬ବର୍ଷ ପାଇଁ ରାଜ୍ୟ ସଭାକୁ ନିର୍ବାଚିତ ହେବେ । ଇସ୍ତଫା ଦେଇଥିବା ସୁବାଷ ସିଂ ସ୍ଥାନରେ ନିରଞ୍ଜନ ବିଶିଙ୍କୁ ନିଆଯାଇଛି । ସେ ୪ବର୍ଷ ପାଇଁ ନିର୍ବାଚିତ ହେବେ । ସୁବାଷ ସିଂ କାର୍ଯ୍ୟ କାଳ ଆଉ ୪ବର୍ଷ ଥିବା ବେଳେ କଟକ ମେୟର ନିର୍ବାଚିତ ହେବା ପରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏଣୁ ଏହି ସମୟ ପାଇଁ ଶ୍ରୀ ବିଶି ରାଜ୍ୟ ସଭାକୁ ଯିବେ ।

ହେଲେ ପୂର୍ବରୁ ପ୍ରତିଶ୍ରୁତି ପାଇ ଆଶାବାନ୍ଧି ବସିଥିବା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking